ଧାନ ବୋଝେଇ ଟ୍ରକ୍‌କୁ ୫୮ ହଜାର ଜରିମାନା

ଭଦ୍ରକ: ଭଦ୍ରକର ତିହିଡ଼ି ଅଞ୍ଚଳରେ ଗୁରୁବାର ଏକ ଧାନ ବୋଝେଇ ଟ୍ରକକୁ ୫୮ ହଜାର ୪୦ ଟଙ୍କା ଜରିମାନା ହୋଇଛି। ଓଭର ଲୋଡିଂ, ଗାଡ଼ିର ପରମିଟ୍ ଓ ଲାଇସେନ୍ସ ନ ଥିବାରୁ ଭଦ୍ରକ ପରିବହନ ବିଭାଗ ପକ୍ଷରୁ ଏହି ଜରିମାନା କରାଯାଇଛି।

ସୂଚନା ଅନୁସାରେ, ତିହିଡ଼ି ଅଞ୍ଚଳରୁ ଏକ ଧାନ ବୋଝେଇ ଟ୍ରକକୁ ମଙ୍ଗଳବାର ରାତିରେ ଯାଞ୍ଚ ବେଳେ ତିହିଡ଼ି ପୁଲିସ ଅଟକ ରଖିଥିଲା ଓ ଭଦ୍ରକ ପରିବହନ ବିଭାଗକୁ ଖବର ଦେଇଥିଲା। ଏହାପରେ ଉକ୍ତ ଟ୍ରକର ପରମିଟ୍ ଠାରୁ ଆରମ୍ଭ କରି ପ୍ରଦୂଷଣ ସାର୍ଟିଫିକେଟ୍ ପର୍ଯ୍ୟନ୍ତ ଅଧିକାଂଶ ଦସ୍ତାବିଜ ନ ଥିବାରୁ ଆଜି ଭଦ୍ରକ ପରିବହନ ବିଭାଗ ଏତେ ବଡ଼ ଅଙ୍କର ଜରିମାନା ଲଗାଇଛି।

 

Comments are closed.