୨୨୦୦ଟଙ୍କାରେ କରିପାରିବେ ଆର୍‌ଟି-ପିସିଆର୍‌ କୋଭିଡ୍‌’ ପରୀକ୍ଷା

ଭୁବନେଶ୍ବର: ଯେଉଁମାନଙ୍କ ଲକ୍ଷଣ ରହିଛି କେବଳ ସେମାନଙ୍କର ହିଁ କୋଭିଡ୍‌-୧୯ ପରୀକ୍ଷା କରାଯିବ। ସେମାନଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ୍‌ ବାହାରିଲେ ଚିକିତ୍ସା କରାଯିବ ସରକାର ନିର୍ଦେଶନାମା ଜାରି କରିଥିଲେ। ରାଜ୍ୟ ବାହାରୁ ଆସୁଥିବା ଅନେକ ପ୍ରବାସୀ ସେମାନଙ୍କଠାରେ କରୋନା ଲକ୍ଷଣ ରହିଛି କି ନାହିଁ ତାହା ଜାଣିବାକୁ ପ୍ରୟସା କରିଥିଲେ। ସେହିପରି ଏବେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଅନେକ କରୋନା ଲକ୍ଷଣ ଚିହ୍ନଟ ପାଇଁ କୋଭିଡ୍‌-୧୯ ପରୀକ୍ଷା କରିବାକୁ ଅନେକ ଆଗ୍ରହ ପ୍ରକାଶ କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଯଦି କୌଣସି ବ୍ୟକ୍ତି ଆର୍‌ଟି-ପିସିଆର୍‌ କୋଭିଡ୍‌ ପରୀକ୍ଷା କରିବାକୁ ଇଚ୍ଛା ପ୍ରକାଶ କରନ୍ତି, ତେବେ ସେ ଆଇସିଏମ୍‌ଆର୍‌ ଦ୍ୱାରା ଅନୁମୋଦିତ ଭୁବନେଶ୍ୱରର ୪ଟି ଘରୋଇ ପରୀକ୍ଷାଗାର ଯଥା-ଆପୋଲୋ ହସ୍‌ପିଟାଲ୍‌, ସମ୍‌ ହସ୍‌ପିଟାଲ୍‌, ଇନ୍‌ଡିଏନ୍‌ଏ ଲାଇଫ୍‌ ସାଇନ୍ସ୍‌ ଏବଂ ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍‌ରେ ଘରୋଇ ଭାବେ କୋଭିଡ୍‌ ପରୀକ୍ଷା କରିପାରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପରୀକ୍ଷାର ସର୍ବାଧିକ ମୂଲ୍ୟ ୨୨୦୦ ଟଙ୍କା (ଜିଏସ୍‌ଟି ଓ ଆନୁଷଙ୍ଗିକ ଦେୟ ସହ) ଧାର୍ଯ୍ୟ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.