ଗର୍ଭବତୀ ପତ୍ନୀ ଓ ଶିଶୁପୁତ୍ର ସହ ଆରଏସଏସ କର୍ମୀଙ୍କୁ ହତ୍ୟା

ମୁର୍ଶିଦାବାଦ: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାରେ ଜଣେ ଆରଏସଏସ କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହା ସହ ତାଙ୍କ ପତ୍ନୀ ଓ ୬ ବର୍ଷର ଶିଶୁପୁତ୍ରକୁ ମଧ୍ୟ ହତ୍ୟା କରାଯାଇଛି। ଗତ ବୁଧବାର ଦିନ ଏହି ଘଟଣା ଘଟିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତ ଆରଏସଏସ କର୍ମୀଙ୍କ ନାମ ହେଲା ବନ୍ଧୁ ପ୍ରକାଶ ପାଲ। ସେ ପେଶାରେ ଜଣେ ଶିକ୍ଷକ। ତାଙ୍କ ପତ୍ନୀ ବିୟୁଟି ପାଲ ଏବଂ ୬ ବର୍ଷର ଶିଶୁପୁତ୍ର ଆନନ୍ଦପାଲ। ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ କେହି ଅଜଣା ହତ୍ୟାକାରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶୁଣିବାକୁ ମିଳିଛି ଯେ ବିୟୁଟି ପାଲ ଗର୍ଭବତୀ ଥିଲେ।

ଘଟଣା ପରେ ପୁଲିସ ମୃତକଙ୍କ ପରିବାର ଲୋକ ଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ପଚରାଉଚରା ଜାରି ରଖିଛି। ହତ୍ୟାକାଣ୍ଡର ଦ୍ବିତୀୟ ଦିନରେ ମଧ୍ୟରେ ପୁଲିସ ହାତରେ କୌଣସି ସୁରାଗ ଲାଗି ପାରିନାହିଁ। ସିବିଆଇକୁ ଏହି ଘଟଣାର ତଦନ୍ତ ଦାୟିତ୍ଵ ହସ୍ତାନ୍ତର କରିବାକୁ ଦାବି କରାଯାଇଛି।

Comments are closed.