ସଂଘକୁ ୯୦ ବର୍ଷ ଧରି ଟାର୍ଗେଟ କରାଯାଇ ଆସୁଛି: ମୋହନ ଭାଗବତ

ନାଗପୁର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)କୁ ଦୀର୍ଘ ୯୦ ବର୍ଷ ଧରି ଟାର୍ଗେଟ କରାଯାଇ ଆସୁଛି। କିନ୍ତୁ ଏଥିରେ ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ ଆମ ସମାଜ ଗୋଟିଏ ଏବଂ ସବୁବେଳେ ଗୋଟିଏ ହୋଇ ରହିବ ବୋଲି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ଏହା ସହିତ ସେ କୌଣସି ରାଜନୈତିକ ବ୍ୟକ୍ତି ନୁହନ୍ତି ବୋଲି ମଧ୍ୟ କହିଛନ୍ତି।

ସୋମବାର ଭାଗବତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନାଗପୁରରେ ନିଜର ମତଦାନ କରିବା ପରେ ଏହା କହିଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନେ ବି. ଡି. ସାବରକରଙ୍କୁ ଭାରତ ରତ୍ନ ଦିଆଯିବା ପାଇଁ ହେଉଥିବା ଦାବି ପ୍ରସଙ୍ଗରେ ସଂଘକୁ ଟାର୍ଗେଟ କରାଯାଉଥିବା ସମ୍ପର୍କରେ ଭାଗବତକୁ ପ୍ରଶ୍ନ କରିଥିଲେ। ଭାଗବତ ଏହାର ଜବାବରେ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ମହାରାଷ୍ଟ୍ର ନିର୍ବାଚନର ପରିଣାମ କ’ଣ ହେବ ସେ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନରେ ସେ କହିଥିଲେ ଯେ, ମୁଁ ନିଜକୁ କୌଣସି ରାଜନୈତିକ ବ୍ୟକ୍ତି ଭାବେ ବିଚାର କରୁନାହିଁ। ୩ ଦିନ ପରେ ଫଳାଫଳ ଆସିଯିବ ଏବଂ ସେତେବେଳେ ସମସ୍ତଙ୍କୁ ଏ ବିଷୟରେ ଜଣାପଡ଼ିଯିବ। ଏହି ଅବସରରେ ସେ ଲୋକଙ୍କୁ ନିଜର ମତଦାନ କରିବାକୁ ଉତ୍ସାହିତ କରିଥିଲେ।

Comments are closed.