ଆରଏସ୍‍ଏସ୍‍ ତରଫରୁ ବନ୍ୟା ଅଂଚଳରେ ରିଲିଫ ବିତରଣ

ପଟ୍ଟାମୁଣ୍ଡାଇ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, କେନ୍ଦ୍ରାପଡା ଜିଲ୍ଲା ତରଫରୁ ପଟ୍ଟାମୁଣ୍ଡାଇ ବ୍ଲକର ଅଳପୁଆ, ପେଣ୍ଠପାଳ ପଂଚାୟତରେ ବନ୍ୟାବିପନ୍ନଙ୍କୁ ରିଲିଫ ପ୍ରଦାନ କରାଯାଇଛି। ସଂଘ ତରଫରୁ ଅଳପୁଆ ପଂଚାୟତର ଅଳପୁଆ ଗ୍ରାମ, ପେଣ୍ଠପାଳ ପଂଚାୟତର ଦାଣ୍ଡିସାହି ଗ୍ରାମରେ ୫୦ରୁ ଊର୍ଦ୍ଧ୍ବ ପରିବାରଙ୍କୁ ଶୁଖିଲା ଖାଦ୍ୟ ସହିତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରାଯାଇଛି। ଅଳପୁଆ ପଂଚାୟତର ପାଣିଘେରରେ ଥିବା ୧୫ଟି ପରିବାର ଯେଉଁମାନେ କି ସଂପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଛନ୍ତି, ସେ ସ୍ଥାନକୁ ସ୍ୱୟଂସେବକମାନେ ଯାଇ ଶୁଖିଲାଖାଦ୍ୟ ସହିତ ମଶାଧୂପ, ମଶାରୀ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ଏଥିସହିତ ଆଳି ବ୍ଲକର ବଅଁରପୁର ଗ୍ରାମରେ ୪୦୦ ଗୋମାତାଙ୍କ ପାଇଁ ଗୋଖାଦ୍ୟ ବିତରଣ କରାଯାଇଥିଲା। ବଅଁରପୁର ଗ୍ରାମରେ ସଂପୂର୍ଣ୍ଣରୂପେ ଘରଭାଙ୍ଗି ଯାଇଥିବା ପରିବାରକୁ ଶୁଖିଲା ଖାଦ୍ୟ ଓ ନିତ୍ୟବ୍ୟବହାର୍ଯ୍ୟ ବସ୍ତୁ ପ୍ରଦାନ କରାଯାଇଥିଲା।

Comments are closed.