କଂଗ୍ରେସ ନିକଟରେ ୪୧ ବର୍ଷ ଧରି ଥିଲା ରାଜ୍ୟସଭା ଉପାଧ୍ୟକ୍ଷ ପଦ

0

ନୂଆଦିଲ୍ଲୀ : ଦୀର୍ଘ ୪୧ ବର୍ଷ ପରେ କଂଗ୍ରେସ ହାତରୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଖସିଯାଇଛି। ୧୯୭୭ ପରଠାରୁ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ କଂଗ୍ରେସ ସାଂସଦ ନିର୍ବାଚିତ ହୋଇଆସୁଥିଲେ। ୨୦୦୨ରେ ବିଜେପିର ପ୍ରଥମ ସାଂସଦ ଭାବେ ଭୈରୋଁସିଂହ ଶେଖାୱତ୍‍ ଉପ-ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ ଏବଂ ଉପାଧ୍ୟକ୍ଷ ପଦ କଂଗ୍ରେସ ନିକଟରେ ରହିଥିଲା। ୨୦୧୮ ଜୁଲାଇରେ ପି. ଜେ କୁରିଆନ୍‍ ଇସ୍ତଫା ଦେବା ପରେ ଏହି ପଦ ଏବେ କଂଗ୍ରେସ ହାତରୁ ଖସିଯାଇଛି। ପରାମ୍ପରାକ୍ରମେ ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ପଦ ପାଇଁ ଶାସକ ଦଳ ପ୍ରାର୍ଥୀ ଦେଇ ଆସୁଥିବାବେଳେ ବିରୋଧୀ ଦଳ ଯଥାକ୍ରମେ ଉପ-ବାଚସ୍ପତି ଏବଂ ଉପାଧ୍ୟକ୍ଷ ପଦରେ ପ୍ରାର୍ଥୀ ଦେଉଥିଲେ। ୨୦୦୪ରେ ୟୁପିଏ କ୍ଷମତାକୁ ଆସିବା ପରେ ବିଜେପିର ଚରଣ ସିଂହ ଏବଂ ୨୦୦୯ରେ କାରିଆ ମୁଣ୍ଡା ଏହି ପଦ ଲାଭ କରିଥିଲେ; କିନ୍ତୁ ୨୦୧୪ରେ ବିଜେପି ସରକାର ଗଠନ କରିବା ପରେ ଲୋକସଭା ଉପ-ବାଚସ୍ପତି ପଦ କଂଗ୍ରେସକୁ ନ ଦେଇ ଏଆଇଏଡିଏମ୍‍କେକୁ ପ୍ରଦାନ କରିଥିଲା।

Leave A Reply