ଅନୁସୂଚିତ ଜାତିର ବିଦ୍ୟାର୍ଥୀଙ୍କ ବୃତ୍ତି ପାଇଁ ୬୯ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି ଏନ୍ଡିଏ ସରକାର : ଅଠାୱାଲେ

ଅହମ୍ମଦାବାଦ : କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱାଲେ କହିଛନ୍ତି, ଏନ୍ଡିଏ ସରକାର ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି ବାବଦରେ ୬୯ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି।
ଏହି ଅର୍ଥ ଆଗାମୀ ୫ ବର୍ଷ ମଧ୍ୟରେ ଦିଆଯିବ। ଅହମ୍ମଦାବାଦଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି, ୧ କୋଟି ୩୦ ଲକ୍ଷ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ଏହି ଯୋଜନା ଅନୁସାରେ ଆଗାମୀ ୫ ବର୍ଷ ମଧ୍ୟରେ ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇ ପାରିବେ।
ପ୍ରତିବର୍ଷ ୧୦୦ ଜଣ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ବିଦେଶରେ ଅଧ୍ୟୟନ ପାଇଁ ବୃତ୍ତି ପ୍ରଦାନ କରିବାକୁ ମୋଦୀ ସରକାର ଯୋଜନା କରୁଛନ୍ତି ବୋଲି ସେ କହିଛନ୍ତି। ତେବେ ଏଥିପାଇଁ ସେହି ଛାତ୍ରଛାତ୍ରୀମାନଙ୍କ ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍ ହେବା ଆବଶ୍ୟକ।