ଏସବିଆଇ ଏଟିଏମ୍‍ର ଉଠାଣ ସୀମା ୨୦ହଜାରକୁ ହ୍ରାସ

0

ନୂଆଦିଲ୍ଲୀ: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏସବିଆଇ ତା’ର ଏଟିଏମ ସେବାରେ ପରିବର୍ତ୍ତନ ଆଣିଛି। ଏଣିକି ଏସବିଆଇର କ୍ଲାସିକ ଏଟିଏମ କାର୍ଡ଼ ଉପଭୋକ୍ତା ଦିନକୁ ୪୦ହଜାର ଟଙ୍କା ପରିବର୍ତ୍ତେ ୨୦ହଜାର ଟଙ୍କା ଉଠାଇ ପାରିବେ। ଅକ୍ଟୋବର ୧ରୁ ଏସବିଆଇ ଏହି ପରିବର୍ତ୍ତନ ଆଣିବାକୁ ଯାଉଛି। ଏହାର ପ୍ରଭାବ ୪୨କୋଟି ଏସବିଆଇ ଉପଭୋକ୍ତାଙ୍କ ଉପରେ ପଡ଼ିବ।
ବ୍ୟାଙ୍କ ଏଟିଏମ ଜାଲିଆତିକୁ ଦୃଷ୍ଟିରେ ରଖି ଏସବିଆଇ ଏଭଳି ପଦକ୍ଷେପ ଗ୍ରହଣ କରିଛି ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏସବିଆଇ କ୍ଲାସିକ କାର୍ଡ଼ରେ ଚପ୍‍ ବ୍ୟବହାର କରାଯାଉ ନଥିବାରୁ କାର୍ଡ଼ କ୍ଲୋନିଂ ମାଧ୍ୟମରେ ଏହି କାର୍ଡ଼କୁ ଜାଲ କରି ଠକେଇ ବୃଦ୍ଧି ପାଇବାରେ ଲାଗିଛି। ପାର୍ବଣ ଋତୁରରେ ଏସବିଆଇ ଗ୍ରାହକଙ୍କୁ ଏହାର ପ୍ରଭାବ ପରିଲକ୍ଷିତ ହେବ।

Leave A Reply