ପଞ୍ଚାୟତ ଅଫିସ ସାମ୍ନାରୁ ୧୧ ଲକ୍ଷ ଟଙ୍କା ଲୁଟ୍

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ନିକଟସ୍ଥ କୁଆଁରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରୁ ମଙ୍ଗଳବାର ଦୁବୃର୍ତ୍ତମାନେ ୧୧ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ଭତ୍ତା ଟଙ୍କା ନେଇ ଯାଉଥିବା ଗାଡିରୁ ଏହି ଟଙ୍କା ଲୁଟ୍ ହୋଇଛି । ୩ଟି ବାଇକରେ ୫ ଜଣ ଦୁବୃର୍ତ୍ତ ଆସି ବନ୍ଧୁକ ଦେଖାଇ ଏହି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.