ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଲା, ଘୋଷଣା ହେଲା ‘ଆରଆରଆର’ର ରିଲିଜ୍‍ ତାରିଖ

ମୁମ୍ବଇ: ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ଘୋଷଣା କରାଯାଇଛି ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆରଆରଆର’ର ମୁକ୍ତିଲାଭ ତାରିଖ। ଏସଏସ ରାଜମୌଲୀ ନିର୍ଦ୍ଦେଶିତ ଏହି ଫିଲ୍ମର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସୋମବାର ଏହାର ରିଲିଜ୍‍ ତାରିଖ ଘୋଷଣା ହୋଇଛି। ନିର୍ମାତା ଫିଲ୍ମର ଏକ ନୂତନ ପୋଷ୍ଟର ଶେୟାର କରି ‘ଆରଆରଆର’ ଅକ୍ଟୋବର ୧୩ରେ ପରଦାକୁ ଆସିବ ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।

ଏହି ବିଗ୍‍ ବଜେଟ୍‍ ଫିଲ୍ମରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ଜୁନିୟର ଏନ୍‍ଟିଆର୍‍ ଓ ରାମଚରଣଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହାବ୍ୟତୀତ ବଲିଉଡ଼ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଅଭିନେତା ଅଜୟ ଦେବଗନ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

‘ଆରଆରଆର’ ପ୍ରଥମେ ଜାନୁଆରୀ ୮ ତାରିଖରେ ରିଲିଜ୍‍ ହେବାର ଥିଲା। ମାତ୍ର କରୋନା ମହାମାରୀ ପାଇଁ ଏହାର ମୁକ୍ତିଲାଭ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ଚଳଚ୍ଚିତ୍ରର ବଜେଟ୍‍ ୪୫୦ କୋଟିରୁ ଊର୍ଦ୍ଧ୍ବ ବୋଲି ଜଣାପଡ଼ିଛି।

Comments are closed.