ରାଜସ୍ଥାନ ରୟାଲସକୁ ୮ଉଇକେଟରେ ପରାସ୍ତ କରି ଅଙ୍କ ତାଲିକାର ଶୀର୍ଷରେ କୋଲକାତା ନାଇଟ ରାଇଡର୍ସ

ଜୟପୁର: ଆଇପିଏଲର ରବିବାର ଅନୁଷ୍ଠିତ ଦ୍ଵିତୀୟ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୮ଉଇକେଟରେ ରାଜସ୍ଥାନ ରୟାଲସକୁ ପରାସ୍ତ କରିଛି। ଚଳିତ ଆଇପିଏଲ ସିଜିନର ଚତୁର୍ଥ ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର୍ସ। ଏବେ କେକେଆର ୮ ପଏଣ୍ଟ ସହ ଅଙ୍କ ତାଲିକାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି। କ୍ରିସ ଲୀନଙ୍କ ୫୦ ଓ ସୁନୀଲ ନରେନଙ୍କ ୪୭ ରନ ବଳରେ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲସକୁ ପରାସ୍ତ କରିଛି।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲସ ୨୦ ଓଭରରେ ୩ ଉଇକେଟରେ ୧୩୯ ରନ କରିବାକୁ ସକ୍ଷମ ହୋଇଥିଲା। ସ୍ମିଥ ୫୯ଟି ବଲରେ ୭୩ ରନ କରିଥିଲେ। ସେ ୭ଟି ଚାରି ଓ ଗୋଟିଏ ଛ ମାରିଥିଲେ। ଏହାର ଜବାବରେ କୋଲକାତା ନାଇଟ ରାଇଡର୍ସ ୧୩ ଓଭର ୫ଟି ବଲରେ ୧୪୦ ରନ ସ୍କୋର କରି ବିଜୟ ହାସଲ କରିଛନ୍ତି।

Comments are closed.