ଆରପିଏଫ ପକ୍ଷରୁ ଜଳସେବା ଅଭିଯାନ

ସମ୍ବଲପୁର – ଦେଶର ସ୍ୱାଧିନତାର ୭୫ ବର୍ଷ ଉପଲକ୍ଷେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ବିଭିନ୍ନ ବିଭାଗ ଗୁଡିକ ପକ୍ଷରୁ ‘ଆଜାଜି କା ଅମୃତ ମହୋତ୍ସବ’ ବର୍ଷବ୍ୟାପି ଜାରି ରହିଛି । ଏହି କ୍ରମରେ ରେଳବାଇ ପୁଲିସ ସୁରକ୍ଷା ବଳ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନ ଓ ରେଳ ଷ୍ଟେସନ ଗୁଡିକରେ ଜଳସେବା ଅଭିଯାନ ଜାରି ରହିଛି । ଏହି କ୍ରମରେ ଜୁଲାଇ ୧ ରୁ ୪ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପି ସମ୍ବଲପୁର ରେଳ ଷ୍ଟେସନ ସମେତ ଅନ୍ୟାନ୍ୟ ରେଳ ଷ୍ଟେସନ ଗୁଡିକରେ ରେଳବାଇ ସୁରକ୍ଷା ବଳ (ସମ୍ବଲପୁର) ତରଫରୁ ‘ଜଳ ସେବା’ ଅଭିଯାନ ଆୟୋଜିତ ହୋଇଯାଇଛି । ଆରପିଏଫ ତରଫରୁ ଏହି ଅବସରରେ ରେଳଯାତ୍ରୀ ମାନଙ୍କୁ ଷ୍ଟେସନ ପରିସରରେ ସ୍ୱତନ୍ତ୍ର ଭାବରେ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ସମ୍ବଲପୁର ଆରପିଏଫ ଥାନାଧିକାରୀ ମୁନ୍ନା ଯାଦବ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଅଭିଯାନ ସମୟରେ ହଜାର ହଜାର ରେଳ ଯାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରାଯାଇଥିଲା ।

Comments are closed.