ଡାଲି ଓ ତୈଳବୀଜ ସଂଗ୍ରହ : ଜୁନ ୩୦ ପର୍ଯ୍ୟନ୍ତ ବଢ଼ିଲା ପଞ୍ଜୀକରଣ ସୀମା

ଭୁବନେଶ୍ବର : ସର୍ବନିମ୍ନ ସହାୟକ ମୁଲ୍ୟ ଜରିଆରେ ଚାଷୀଙ୍କ ଠାରୁ ମୁଗ, ବିରି, ଚିନାବାଦାମ, ସୂର୍ୟ୍ୟମୁଖୀ ମଞ୍ଜି ସଂଗ୍ରହ କରାଯିବାକୁ ଥିବା ବେଳେ ଏ ନେଇ ଚାଷୀଙ୍କ ପଞ୍ଜୀକରଣ ସମୟସୀମା ଜୁନ ୩୦କୁ ବୃଦ୍ଧି କରାଯାଇଛି। ପଞ୍ଜୀକରଣ ପାଇଁ ଶେଷ ତାରିଖ ମଇ ୭ ଥିବାବେଳେ କରୋନା ଲକଡାଉନ ଜନିତ ସମସ୍ୟା ପାଇଁ ସମୟସୀମା ବୃଦ୍ଧି କରାଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରି ପଞ୍ଜୀକରଣ କରାଯିବ। ମିଳିଥିବା ସୂଚନା ଅନୁଯାୟୀ ମଇ ୭ ତାରିଖଠାରୁ ନାଫେଡ ଦ୍ବାରା ଚାଷୀଙ୍କଠାରୁ ଡାଲି ଓ ତୈଳବୀଜ ସଂଗ୍ରହ କରାଯିବ। ନାଫେଡ ପକ୍ଷରୁ ମାର୍କଫେଡ, ପ୍ୟାକ୍ସ, ଲ୍ୟାମ୍ପସ, ନିୟନ୍ତ୍ରିତ ବଜାର କମିଟି ଦ୍ବାରା ସଂଗ୍ରହ କରାଯିବାକୁ ଥିବାବେଳେ ଏହା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିକ ଉତ୍ପାଦିତ ହେଉଥିବା ୧୬ ଜିଲାରେ ଏହା ସଂଗ୍ରହ କରାଯିବା ବେଳେ ସାମାଜିକ ଦୁରତ୍ବକୁ ଗୁରୁତ୍ବାରୋପ ଦିଆଯିବ।

Comments are closed.