ମନ୍ତ୍ରୀ ରଣେନ୍ଦ୍ରଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା 

ଆଠଗଡ : ଆଠଗଡ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର କରୋନା ପଜିଟିଭ ବାହାରିବା ପରେ ତାଙ୍କୁ ଚିକିତ୍ସା ପାଇଁ ସମ୍ କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏପଟେ ଆଠଗଡରେ ତାଙ୍କ ସମର୍ଥକମାନେ ବିଭିନ୍ନ ଅଞ୍ଚଳରେ ମନ୍ଦିରରେ ପୂଜାର୍ଚ୍ଚନା, ପ୍ରଦୀପ ପ୍ରଜ୍ଜଳନ କରି ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି। ରବିବାର ରାଧାଗୋବିନ୍ଦପୁର ପଞ୍ଚାୟତର ରାଧାମୋହନପୁରସ୍ଥିତ ଶ୍ରୀ ସତ୍ୟସାଇ ମନ୍ଦିରରେ ସରପଞ୍ଚ ପ୍ରତିନିଧି ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅଶୋକ ରାଉତ, ନାରାୟଣ ନାୟକ, ଯୁବ ସଂଗଠକ ବିଶ୍ୱଜିତ୍‍ ମାଝି, ୱାର୍ଡ ସଭ୍ୟ ଚଗଲା ଦେହୁରୀ, ଶ୍ରୀଧର ମାଝି, ଚିକୁ ସାମଲ, ଧନେଶ୍ୱର ବେହେରା, ପ୍ରଭାକର ମହାନ୍ତି, ପ୍ରେମାନନ୍ଦ ଗୋଚ୍ଛାୟତଙ୍କ ସମେତ ବହୁଲୋକ ଶ୍ରୀ ସ୍ୱାଇଁଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ସେହିପରି ମେଘା ସ୍ୱାସ୍ଥ୍ୟସେବାର ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ ଗାଁ କଲ୍ୟାଣ ସମିତି ସମୂହର କର୍ମକର୍ତ୍ତା ଏବଂ ଏନଏସିର ସମସ୍ତ ସ୍ୱଚ୍ଛସାଥୀ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ଙ୍କ ନେତୃତ୍ୱରେ ସ୍ଥାନୀୟ ଉତ୍ତରାଚଣ୍ଡୀ ମନ୍ଦିର ଓ ରାଧାଗୋବିନ୍ଦ ଜୀଉ ମନ୍ଦିରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କର ଆଶୁଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରିବା ସହିତ ପ୍ରଦୀପ ପ୍ରଜ୍ଜଳନ କରିଥିଲେ।

Comments are closed.