ବଜାରରେ ନୂଆ ରୟାଲ ଏନଫିଲ୍ଡ ବିଏସ୍‌-୬ ବାଇକ୍‌

ଭୁବନେଶ୍ୱର : ବହୁ ପ୍ରତିକ୍ଷୀତ ନୂଆ ରୟାଲ ଏନଫିଲ୍ଡ ବିଏସ୍‌-୬ ଭର୍ସନ୍‌ ବାଇକ୍‌ର ବଜାର ପ୍ରବେଶ କରାଯାଇଛି । କଟକ ଫୁଲନଖରାସ୍ଥିତ ଖିମ୍‌ଜୀ ରୟାଲ ଏନଫିଲ୍ଡଠାରେ ରୟାଲ ଏନଫିଲ୍ଡ ଇଣ୍ଡିଆର କ୍ଲଷ୍ଟର ମୁଖ୍ୟ(ଓଡ଼ିଶା) ସଂଗ୍ରାମ ସାହୁଙ୍କ ଉପସ୍ଥିତିରେ ଏହି ନୂଆ ବାଇକ୍‌ର ବଜାର ପ୍ରବେଶ କରାଯାଇଥିଲା। ଖିମ୍‌ଜୀ ରୟାଲ ଏନଫିଲ୍ଡ କଟକ ହେଉଛି ରାଜ୍ୟର ସବୁଠାରୁ ସର୍ବାଧିକ ଖିମ୍‌ଜୀ ରୟାଲ ଏନଫିଲ୍ଡ ବିକ୍ରିକାରୀ କମ୍ପାନୀ।

ଏହାର ୩ଏସ୍‌ ସୁବିଧା ରହିଛି। ଖିମ୍‌ଜୀ ରୟାଲ ଏନଫିଲ୍ଡର ୩ଟି ଷ୍ଟୁଡିଓ କାଉଣ୍ଟର ଜଗତସିଂହପୁର, ସାଲେପୁର ଏବଂ ଚୌଦ୍ବାରଠାରେ ରହିଛି। ଖୁବ୍‌ ଶୀଘ୍ର ଏହାର ନୂଆ ଷ୍ଟୁଡିଓ କାଉଣ୍ଟର ନିଆଳି ଏବଂ ଚାରିଛକଠାରେ ଖୋଲିବାକୁ ଯାଉଛି। ଖିମ୍‌ଜୀ ରୟାଲ ଏନଫିଲ୍ଡରେ ସିଗନାଲ୍ସ, ଗଡ଼୍ ଗ୍ରେ, ଷ୍ଟିଲେଥ୍‌ ବ୍ଲାକ୍‌ ଡୁଆଲ ଚ୍ୟାନେଲ ଏବିଏସ୍‌ରେ ଏବଂ ଆଲଏ ହ୍ବିଲ୍‌ ଓ କ୍ଲାସିକ୍‌ କ୍ରୋମ୍‌ ଡୁଆଲ ଚ୍ୟାନେ ଏବିଏସ୍‌ ମଡେଲରେ ଆସୁଛି। ନୂଆ ରୟାଲ ଏନଫିଲ୍ଡ ବିଏସ୍‌-୬ ଭର୍ସନ୍‌ କମ୍‌ ପରିବେଶ ପ୍ରଦୂଷଣ ଏବଂ ଉତ୍ତମ ତୈଳ ସାଶ୍ରୟ ପାଇଁ ବଜାରକୁ ଛଡାଯାଇଛି। ଏହାର ଏକ୍ସ ଶୋ ରୁମ୍‌ ମୂଲ୍ୟ ୧,୭୦,୦୦୦ ଟଙ୍କା ରହିଛି। ଏହାର ବୁକିଂ ଏବଂ ଡେଲିଭରି ଜାରି ରହିଛି।ଏଥିପାଇଁ ୫ ବର୍ଷିଆ ଫାଇନାନ୍ସ ସୁବିଧା ଉପଲବ୍‌ଧ ହେଉଛି।

 

Comments are closed.