ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ ହରାଇ କ୍ବାଲିଫାୟାର-୨ରେ ସନରାଇଜର୍ସ ହାଇଦ୍ରାବାଦ

ରବିବାର ଦିଲ୍ଲୀ ସହ ହାଇଦ୍ରାବାଦ ଖେଳିବ କ୍ବାଲିଫାୟାର-୨

ଆବୁଧାବି : ଆଇପିଏଲ-୧୩ର ଏଲିମିନେଟର ମ୍ୟାଚରେ ଆଜି ସନରାଇଜର୍ସ ହାଇଦରାବାଦ୍‌  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ ହରାଇ କ୍ବାଲିଫାୟାର-୨ ପାଇଁ ଯୋଗ୍ୟତା ହାସଲ କରିଛି। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ନିର୍ଦ୍ଧାରିତ ୨୦ ଓଭରରେ ଆରସିବି ୭ ଓ୍ବିକେଟ ହରାଇ ୧୩୧ରନ ସଂଗ୍ରହ କରିଥିଲା। ଯାହା ଫଳରେ  କ୍ବାଲିଫାୟାର-୨ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ସନରାଇଜର୍ସ ହାଇଦ୍ରାବାଦକୁ ୧୩୨ ରନ୍‌ କରିବା ଆବଶ୍ୟକ ପଡୁଥିଲା। ୧୩୨ ରନ୍‌ର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ସନରାଇଜର୍ସ ହାଇଦ୍ରାବାଦ ୧୯.୪ ବଲ୍‌ ଖେଳି ୬ ୱିକେଟରେ ମ୍ୟାଚକୁ ଜିତିନେଇଥିଲେ ।

ଆଜିର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ଟସ୍‌ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ନିର୍ଦ୍ଧାରିତ ଓଭରରେ ଆରସିବି ୭ ଓ୍ବିକେଟ ହରାଇ ୧୩୧ରନ ହାସଲ କରିଥିଲା । ଦଳ ପକ୍ଷରୁ ଏବି ଡିଭିଲିୟର୍ସ ସର୍ବାଧିକ ୫୬ରନ୍‌ ସଂଗ୍ରହ କରିଛନ୍ତି । ମ୍ୟାଚରେ ଆରସିବି ପକ୍ଷରୁ ଓପନିଂ ଯୋଡି କିଛି କମାଲ କରି ପାରି ନଥିଲେ । ବିରାଟ କୋହଲି ୬ ଓ ଦେବଦତ୍ତ ପାଦିକ୍କାଲ ୧ରନ୍‌ରେ ଆଉଟ ହୋଇଯାଇଥିଲେ । ଏହାପରେ ଫିଞ୍ଚ ଓ ଡେଭିଲିୟର୍ସ ବ୍ୟାଟିଂ ବିଭାଗକୁ କିଛିଟା ସମ୍ଭାଳିଥିଲେ । ଫିଞ୍ଚ ୩୨ରନ୍‌ରେ ଆଉଟ ହୋଇଥିଲେ । ଏହାପରେ ମୋଇନ ଅଲ୍ଲି ରନ୍‌ ଆଉଟ ହୋଇଯାଇଥିଲେ । ଦୁବେ ୮ରନ୍‌ କରି ଆଉଟ ହୋଇଯାଇଥିଲେ । ୱାଶିଂଟନ୍ ସୁନ୍ଦର ୫ରନ୍‌ରେ ଆଉଟ ହୋଇଥିଲେ । ୧୭.୫ ଓଭରରେ ଏବି ଡେଭିଲିୟର୍ସ ୫୬ରନ୍‌ର ଅର୍ଦ୍ଧଶତକ ଇଂନିସ ଖେଳି କ୍ୟାଚ ଆଉଟ ହୋଇଥିଲେ । ହାଇଦ୍ରାବାଦ ପକ୍ଷରୁ ହୋଲ୍ଡର ସର୍ବାଧିକ ୩ଟି, ଟି ନଟରାଜନ ୨ଟି ଓ ଶାହାବାଜ ନଦିମ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ତେବେ କ୍ବାଲିଫାୟାର-୨ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ସନରାଇଜର୍ସ ହାଇଦ୍ରାବାଦକୁ ୧୩୨ ରନ୍‌ର ଟାର୍ଗେଟ ନେଇ ପଡିଆକୁ ଆସିଥିଲା। ପ୍ରଥମ ଓଭରରେ ଦଳ ତାର ଓପନର ବ୍ୟାଟ୍ସମ୍ୟାନକୁ ଶୂନ୍ୟରେ ହରାଇଥିଲା। ଦଳର ଓପନର ଶ୍ରୀବତ୍ସ ଗୋସ୍ଵାମୀ(୦) ମହମ୍ମଦ ସିରାଜଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ଓ ମନିଷ ପାଣ୍ଡେ ଦ୍ଵିତୀୟ ଓ୍ଵିକେଟ୍‌ ପାଇଁ ୪୧ ରନ ଯୋଡିଥିଲେ। ୪୩ ରନ ସ୍କୋରରେ ଡେଭିଡ୍ ଓ୍ଵାର୍ଣ୍ଣର(୧୭ ରନ) ମହମ୍ମଦ ସିରାଜଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ୫୫ ରନ ସ୍କୋରରେ ମନିଷ ପାଣ୍ଡେ ଜାମ୍ପାଙ୍କ ବଲରେ ଆଉଟ୍ ହୋଇଥିଲେ। ସେ ୨୪ ରନ କରି ବିଦାୟ ନେଇଥଲେ। ପ୍ରିୟମ ଗର୍ଗ(୭ ରନ) ନିରାଶ ହୋଇ ଫେରିଥିଲେ। ଅନ୍ୟପଟେ କେନ ଓ୍ଵିଲିୟମସନ ସଂଘର୍ଷ କରି ଦଳକୁ ବିଜୟ ଅଭିମୁଖେ ନେଇଥିଲେ। ଓ୍ଵିଲିୟମସନ ୪୪ ବଲରୁ ୨ ଚୌକା ଓ ୨ ଛକା ସହ ୫୦ ରନର ଅପରାଜିତ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଜାସନ ହୋଲଡର ଉତ୍ତମ ସହଯୋଗ ଦେଇଥିଲେ। ସେ ୨୦ ବଲରୁ ୨୪ ରନ କରିଥିଲେ। ହାଇଦ୍ରାବାଦ ୧୯.୪ ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବେଙ୍ଗାଲୁରୁ ପକ୍ଷରୁ ମହମ୍ମଦ ସିରାଜ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଆଡମ ଜାମ୍ପା ଓ ୟୁଜବେନ୍ଦ୍ର ଚହଲ ପ୍ରତ୍ୟେକ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

 

Comments are closed.