ଆଇପିଏଲ ୨୦୨୦ : ଟସ୍ ଜିତି କଲକାତା ନାଇଟ ରାଇଡର୍ସର ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି : ଆଇପିଏଲ ୩୯ତମ ମ୍ୟାଚରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କଲକାତା ନାଇଟ ରାଇଡର୍ସ ମଧ୍ୟରେ ଲଢେଇ । ଆବୁଧାବି ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କଲକାତା ନାଇଟ ରାଇଡର୍ସର ଅଧିନାୟକ ଇଆନ ମୋର୍ଗାନ।  ପଏଣ୍ଟ ତାଲିକାର ଉପର ତଳ ହୋଇ ରହିଥିବା କେକେଆର ଓ ଆରସିବି ମଧ୍ୟରେ ଦେଖିବାକୁ ମିଳିବ ଏକ ରୋମାଞ୍ଚକର ଲଢେଇ । ପଏଣ୍ଟ ତାଲିକାର ୩ୟ ଓ ୪ର୍ଥ ସ୍ଥାନରେ ଥିବା ଦୁଇ ଦଳ ନିଜ ନିଜ ପ୍ଲ-ଅଫ ଆଶାକୁ ମଜବୁତ କରିବା ପାଇଁ ପଡିଆକୁ ଓହ୍ଲାଇବେ ।

ସେପଟେ ପୂର୍ବ ମ୍ୟାଚର ପରାଜୟ ବଦଲା ନେବାକୁ ବି ପ୍ରସ୍ତୁତ ରହିଛି କଲକତା । କାରଣ ସାରଜାରେ ଖେଳାଯାଇଥିବା ପୂର୍ବ ମ୍ୟାଚରେ କେକେଆରକୁ ୮୨ରନରେ ପାରସ୍ତ କରି ଚଳିତ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ବିଜୟ ପାଇଥିବା ବିରାଟଙ୍କ ବାଙ୍ଗାଲୁରୁ ଟିମ । ସେତେବେଳେ କେକେଆର ଅଧିନାୟକ ଥିଲେ ଦିନେଶ କାର୍ତ୍ତିକ । ଏବେ ଦଳରେ ନୂଆ ଅଧିନାୟକ ଇୟୋନ ମୋର୍ଗାନ । ତେଣୁ କଣ କାର୍ତ୍ତିକଙ୍କ ପରାଜୟର ବଦଲା ନେଇପାରନ୍ତି ମୋର୍ଗାନ । ପୁଣି କୋଲକତା ଉପରେ ନିଜର ଦବଦବା ବନାଇ ରଖିବାକୁ ଚାହିଁବ ବାଙ୍ଗଲୋର । ପୂର୍ବରୁ ଉଭୟ  ଦଳ ମଧ୍ୟରେ ଏଯାବ ଖେଳାଯାଇଛି ମୋଟ ୨୬ଟି ମ୍ୟାଚ । ଯେଉଁଠି କଲକତା ୧୫ଟି ମ୍ୟାଚ ଉପରେ ବିଜୟ ଲାଭ କରିଥିବା ବେଳେ ମାତ୍ର ୧୧ଟି ମ୍ୟାଚ ଜିତିଛଇ ବାଙ୍ଗାଲୁରୁ ।

Comments are closed.