ନାଟ୍ୟଗୁରୁ ସ୍ବର୍ଗତ ଧନେଶ୍ବର ସାହୁ ରାଜ୍ୟ ତଥା ରାଜ୍ୟ ବାହାରେ ଓଡ଼ିଶାର କଳା ସଂସ୍କୃତିକୁ ପରିବେଷଣ କରି ପୁରସ୍କୃତ ଓ ସମ୍ମାନିତ ହୋଇଥିଲେ

ଝୁରୁଛନ୍ତି କଳାକାର, ନାଟ୍ୟଗୁରୁ ଧନେଶ୍ୱର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି

ସାରନଗରୀ : ଦକ୍ଷିଣ ରାଉରକେଲାର ସାସ୍କୃତିକ ଅନୁଷ୍ଠାନ ‘କଳିକା’ର ପ୍ରାଣ ପ୍ରତିଷ୍ଠାତା ତଥା ନାଟ୍ୟଗୁରୁ ସ୍ୱର୍ଗତଃ ଧନେଶ୍ୱର ସାହୁଙ୍କୁ କଳାକାର ମାନଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏନେଇ ଏକ ଶ୍ରଦ୍ଧାଞ୍ଜଳି ସଭା ବାଲିଯୋଡ଼ି ସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତି ପରିସରରେ ସ୍ଥାନୀୟ ସାମାଜିକ ଓ ସାସ୍କୃତିକ ଅନୁଷ୍ଠାନ ମାନଙ୍କ ମିଳିତ ଆନୁକୂଲ୍ୟରେ ସମାଜସେବୀ ଅରୁଣ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ରାଉରକେଲା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତଃ ଧନେଶ୍ୱର ସାହୁଙ୍କ ସ୍ମୃତିଚାରଣ କରି କହିଥିଲେ ଯେ, କଳା ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ପାଇଁ ‘କଳିକା’ ଅନୁଷ୍ଠାନ ଜରିଆରେ ନାଟ୍ୟଗୁରୁ ସ୍ବର୍ଗତ ଧନେଶ୍ବର ସାହୁ ରାଜ୍ୟ ତଥା ରାଜ୍ୟ ବାହାରେ ଓଡ଼ିଶାର କଳା ସଂସ୍କୃତିକୁ ପରିବେଷଣ କରି ବହୁବାର ପୁରସ୍କୃତ ଓ ସମ୍ମାନିତ ହୋଇଥିଲେ । ଆଗାମୀ ଦିନରେ ‘କଳିକା’ ଅନୁଷ୍ଠାନକୁ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଆଇଡ଼ିଏଲର ବରିଷ୍ଠ ମହାପ୍ରବନ୍ଧକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତଃ ସାହୁଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ବଖାଣିବା ସହ ସ୍ଥାନୀୟ ଅଞ୍ଚଳରେ କଳା ସଂସ୍କୃତିକୁ ବଜାୟ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସଚେତନ ନାଗରିକ ମଂଚର ସାଧାରଣ ସମ୍ପାଦକ ପିପି ରାୟ, ନଟରାଜ ନୃତ୍ୟ ପରିଷଦର ଅଧ୍ୟକ୍ଷ ପ୍ରବୀର କୁମାର ଜେନା ନିଜର ବକ୍ତ୍ୟବ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ପୂଜ୍ୟପୂଜା ପରିଷଦର ସମ୍ପାଦକ ସନାତନ ସାହୁ, ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦର ସାଧାରଣ ସମ୍ପାଦକ ଗୌରାଙ୍ଗ ଦାଶ, ଅନ୍ୱେଷଣର ସମ୍ପାଦିକା ସଚଳା ପଣ୍ଡା, ଡାକ୍ତର ବିଷ୍ଣୁପ୍ରିୟା ସାହୁ, କବି ହରିହର ବେହେରା, ଶ୍ରୀନାଥ ଚନ୍ଦ୍ର ନାୟକ, ଦେବେନ୍ଦ୍ର କୁମାର ସାହୁ, ଆଇନଜୀବୀ ଆରତୀ ଚୌଧୁରୀ, ଅଲେଖ ସାହାଣୀ, ପ୍ରତାପ କୁମାର ନାୟକ, ଶ୍ରୀଧର ସେଠୀ, ଚିତ୍ତରଞ୍ଜନ ନନ୍ଦ, ବିଦୁସ୍ମିତା ପରିଡ଼ା, ଭଗବାନ ସାହୁ, ବିଶ୍ୱଜିତ ଦାଶ, ପ୍ରଫୁଲ୍ଲ କୁମାର ସାହୁ, ଅସିତ ଦୁବେ, ଏଲିନା ପାତ୍ର, ସନ୍ଧ୍ୟା ଲାକ୍ରା, ଉମା ନାୟକ, ରାଜୁ ମହାପାତ୍ର, କାର୍ତ୍ତିକ ଚନ୍ଦ୍ର ମହାନ୍ତି, ବିିପିନ ବିହାରୀ ରାଉତରାୟ, ବୀରେନ୍ଦ୍ର ଦାଶ, ଅଭିଷେକ ରାୟ ପ୍ରମୁଖ ଧନେଶ୍ୱର ସାହୁଙ୍କ ସ୍ମୃତିଚାରଣ କରି ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରାରମ୍ଭରେ ସ୍ଥାନୀୟ ବିଧାୟକ ସୁବ୍ରତ ତରାଇ ପଠାଇଥିବା ଏକ ଶ୍ରଦ୍ଧାଜଂଳି ବାର୍ତା ମଂଚରେ ପାଠ କରାଯାଇଥିଲା । ସେହିପରି ଜିଲା ସଂସ୍କୃତି ଅଧିକାରୀ ଅନୀଲ କୁମାର କେର୍କେଟା ଓ ଆଇଡ଼ିଏଲର ପ୍ରାକ୍ତନ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ପଠାଇଥିବା ପୃଥକ ପୃଥକ ଶ୍ରଦ୍ଧାଜଂଳି ବାର୍ତା ସଭାରେ ପାଠ କରାଯାଇଥିଲା ।

Comments are closed.