ରାଉରକେଲାର ଫୁଡ କୋର୍ଟରେ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲାର କୋଏଲନଗର ଏନଏସି ମାର୍କେଟରେ ଥିବା ଫୁଡ କୋର୍ଟରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ସୂଚନା ଅନୁସାରେ ଅଗ୍ନିକାଣ୍ଡରେ ଦୋକାନ ସମ୍ମୁଖରେ ଥିବା ତିରପାଲ ଓ ଅସବାବପତ୍ର ଜଳି ଯାଇଛି। ନିଆଁ ଲାଗିବାର ଖବର ଠିକ ସମୟରେ ଅଗ୍ନିଶମ ସଂସ୍ଥାର କର୍ମଚାରୀ ଜାଣି ପହଂଚି ଥିବାରୁ ଏକ ବଡ଼ ବିପଦ ଟଳି ଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

Comments are closed.