‘ସମାଜ’ ପରିବାର ପକ୍ଷରୁ ଉତ୍କଳମଣିଙ୍କ ୯୪ତମ ଶ୍ରାଦ୍ଧୋତ୍ସବ

ରାଉରକେଲା: ରାଉରକେଲା ସମାଜ ପରିବାର ପକ୍ଷରୁ ସେବା ଓ ତ୍ୟାଗର ପ୍ରତୀକ, ମହାନ ଦେଶଭକ୍ତ ତଥା ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଦାସଙ୍କର ୯୪ତମ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଛି। ଆଜି ସକାଳେ ସେକ୍ଟର-୨୦ ବୈକୁଣ୍ଠ ଘାଟରେ ତିଳତର୍ପଣ କରାଯାଇଥିଲା। ସମାଜ ପରିବାରର ସଦସ୍ୟଙ୍କ ସହିତ ସମାଜସେବୀ ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ଦିଲ୍ଲୀପ ମହାନ୍ତି, ଲିଟୁ ପୁହାଣ, ସରୋଜ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏହା ପରେ ଆମ୍ବାଗାନସ୍ଥିତ ଉତ୍କଳମଣିଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଉରକେଲା ଅତିରିକ୍ତ ଜିଲାପାଳ ତଥା ରାଉରକେଲା ମହାନଗରନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଉତ୍କଳମଣିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଉରକେଲାର ବିଭିନ୍ନ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତା, ବୁଦ୍ଧିଜୀବୀ ଯୋଗଦେଇ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ରାଉରକେଲା ଡେଭଲପମେଂଟ ଫ୍ରଂଟର ଆବାହକ ହରିହର ରାଉତରାୟ, ରାଉରକେଲା ବିକାଶ ମଂଚର ଆବାହକ ଡକ୍ଟର ସୁମନ ଦତ, ରେଳ ଓ ସଡ଼କ ଉପଯୋଗକାରୀ ସଂଘର ସଭାପତି ଉତମ କୁମାର ସାମଲ, ଉପସଭାପତି ଅମୂଲ୍ୟଚରଣ ବରାଳ, ସିଆଇଟିୟୁର ବରିଷ୍ଠ ନେତା ବିମାନ ମାଇତି, ବିଜେଡି ରାଜ୍ୟପରିଷଦ ସଦସ୍ୟ ସୁଧୀର ସୁନ୍ଦର ରାୟ, ପୂର୍ବତନ ଜିଲାକଂଗ୍ରେସ ସଭାପତି ବିରେନ ସେନାପତି, ମାନବିକତାର ଅଧ୍ୟକ୍ଷ ପ୍ରଶାନ୍ତ ସେଠୀ, ଉତ୍କଳ ସମ୍ମିଳନୀ, ରାଉରକେଲା ସଭାପତି ସୁଦାମଚନ୍ଦ୍ର ଦାଶ, ଓଡ଼ିଆ ଭାଷା ବିକାଶ ମଂଚର ଆବାହକ ଆର୍ତତ୍ରାଣ ମହାପାତ୍ର, ଇସ୍ପାତ ମାର୍କେଟ ବଣିକସଂଘର ସଭାପତି ଶଙ୍କର ଜେନା, ଆରଏମଏସ ନେତା ଖଗେନ୍ଦ୍ର ବେହେରା, ପ୍ରମୋଦ ଦାସ, ଶରତ ପଣ୍ଡା, ଶ୍ରଦ୍ଧାର ସାଧାରଣ ସମ୍ପାଦକ କାର୍ତିକଚନ୍ଦ୍ର ପାଣ୍ଡବ, ଶିକ୍ଷକ ସୁଶାନ୍ତ ସିଂ, ବରିଷ୍ଠ କଂଗ୍ରେସ ନେତା ସବୀର ହୁସେନ, କଂଗ୍ରେସ ମୁଖପାତ୍ର କୈଳାସ ସାହୁ, ସୁଧୀର ନାଥ, ଯୁବବିଜେଡ଼ି ନେତା ଲିଟୁ ପୁହାଣ, ଉତର ଓଡ଼ିଶା ରେଳ ସମନ୍ୱୟ ସମିତିର ସଭାପତି ଉପେନ୍ଦ୍ର କୁମାର ସାମଲ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।

ସେହିପରି ଉତ୍କଳମଣିଙ୍କ ଶ୍ରାଦ୍ଧ ଦିବସ ଅବସରରେ ସମାଜ ପରିବାର ପକ୍ଷରୁ ଆଜି ରାଉରକେଲା ସରକାରୀ ଡାକ୍ତରଖାନା ରକ୍ତ ଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୬୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ସ୍ପନ୍ଦନ, ଶ୍ରଦ୍ଧା, ସୁନ୍ଦରଗଡ଼଼ ଶିଳ୍ପାଂଚଳ ଶ୍ରମିକସଭା, କଳିଙ୍ଗ ବୈଶ୍ୟ ଯୁବକ ସଂଘ, ମାନବିକତା, ଜିଲା କଂଗ୍ରେସ,ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି, ରାଉରକେଲାର ମ୍ୟୁନିସପିପାଲ ମହାବିଦ୍ୟାଳୟର ଏନସିସି, ଉତ୍କଳମଣି ଯାନ୍ତ୍ରିକ ଶିକ୍ଷାନୁଷ୍ଠାନ ଓ କଲ୍ୟାଣୀରାୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷାବିତ୍‍ ଡକ୍ଟର କିଶୋରୀ ଦାଶ, ଯୁବସ୍ୱେଚ୍ଛାସେବୀ ଦେବାଶୀଷ ମହାନ୍ତି, ପ୍ରିୟବ୍ରତ ଭଂଜ, ଦୀପକ ପଣ୍ଡା, ସାଇ ଶୁଭେନ୍ଦୁ ମାଝି ପ୍ରମୁଖ ରକ୍ତଦାନ କରିଥିଲେ। ରକ୍ତଭଣ୍ଡାର ମୁଖ୍ୟ ଡାକ୍ତର ପଣ୍ଡିତ ସାହୁ, ଡାକ୍ତର ଏମ. ସୋରେନ, ମୁରଲୀଧର ପଲାଇ, କୈଳାସଚନ୍ଦ୍ର ଖଟୁଆ, ତୃପ୍ତିରାଣୀ ବେହେରା, ପବିତ୍ର କୁମାର ପଲାଇ, ଶିବରାମ ସ୍ୱାଇଁ ପ୍ରମୁଖ ରକ୍ତଦାନ କାର୍ଯ୍ୟକ୍‍୍ରମକୁ ପରିଚାଳନା କରିଥିଲେ।

ବିଧାୟକ ସାରଦା ପ୍ରସାଦ ନାୟକ, ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି କ୍ୟାପଟେନ ମୀନା ଦାସ, ସରୋଜ ସେଠୀ, ପଙ୍କଜ ସାମନ୍ତ, ଯୁବହଷ୍ଟେଲର ସାଧାରଣ ସମ୍ପାଦକ ନିରଂଜନ ସାମଲ, କ୍ରୀଡ଼ାବିତ୍‍ ଅରବିନ୍ଦ ପାତ୍ର, ପ୍ରଗତି ଉତ୍କଳ ସଂଘର ସାଧାରଣ ସମ୍ପାଦକ ରାଧାମୋହନ ନାୟକ, ଶ୍ରଦ୍ଧାର କାର୍ତିକ ପାଣ୍ଡବ, ବରିଷ୍ଠ କଂଗ୍ରେସ ନେତା ବାଦଲ ଶ୍ରଚନ୍ଦନ, ବିରେନ ସେନାପତି, ପ୍ରଶାନ୍ତ ସେଠୀ, କୈଳାସ ସାହୁ, ଭାସ୍କର ଖିଲାର, ବିଜେଡ଼ି ନେତା ଗଗନ ପଣ୍ଡା, ଜୟନ୍ତ କୁମାର ମିଶ୍ର,ପିଙ୍କୁ ଜୟସ୍ୱାଲ, ପ୍ରକାଶ ଧଳ, ପ୍ରଭାତ କବି, ମିନତୀ ଜେନା, ସରୋଜ ପାତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ କାର୍ଯ୍ୟରେ ସହଯୋଗ କରିଥିଲେ।

Comments are closed.