ବିଦ୍ୟା ଷ୍ଟଡ଼ି ପଏଂଟରେ ଉତ୍କଳମଣିଙ୍କ ପୂଣ୍ୟତିଥି ପାଳିତ

ସାରନଗରୀ: ଆଜି ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ପରିସରରେ ପୁଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ୯୪ତମ ପୂଣ୍ୟତିଥି ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ବକୁଳ ବନର ବୈରାଗୀ ସ୍ୱର୍ଗତଃ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଭକ୍ତିପୂତ ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ୟାପକ କିରଣ କୁମାର ପଣ୍ଡା, ବସନ୍ତ କୁମାର ଦାସ, ସୁନୀଲ ସାମଲ ନିଜ ବକ୍ତବ୍ୟରେ ଗୋପବନ୍ଧୁଙ୍କୁ ଦରିଦ୍ର ନାରାୟଣ ସେବାର ଅନ୍ୟତମ ପ୍ରତୀକ ଭାବେ ଅଭିହିତ କରିଥିଲେ। ମୁଖ୍ୟବକ୍ତା ଭାବେ ଅଧ୍ୟାପକ କୀରଣ କୁମାର ପଣ୍ଡା କହିଲେ ଯେ, ପଣ୍ଡିତ ଉତ୍କଳମଣି ଥିଲେ ଦୀନଜନଙ୍କ ବଂଧୁ। ସେ ଥିଲେ ଓଡ଼ିଆ ଜାତିର ପ୍ରାଣକର୍ତା ଓ ମାନବଜାତିର ଚିନ୍ତାନାୟକ। ଓଡ଼ିଆ ଜାତି ପାଇଁ ଗୋପବନ୍ଧୁଙ୍କ ତ୍ୟାଗ ଓ ସେବା ଅତୁଳନୀୟ ବୋଲି ସେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ସାମଲ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟା ଷ୍ଟଡ଼ି ପଏଂଟର ଛାତ୍ରଛାତ୍ରୀଙ୍କ ସମେତ ଅନୁଷ୍ଠାନର ଚନ୍ଦ୍ରଶେଖର ମୁନ୍ନୀ ସମେତ ଅନ୍ୟାନ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.