ଆରଏସପି ଭିତରେ ଦୁର୍ଘଟଣା, ଠିକା ଶ୍ରମିକ ମୃତ

ରାଉରକେଲା (ବ୍ୟୁରୋ): ବ୍ଲାଷ୍ଟ ଫର୍ନାଶ ୧ ର ସ୍ଲାଗ ନିର୍ଗମାନ ବେଲ୍ଟରେ ଫସିଯାଇ ଆଜି ସକାଳେ ଘରୋଇ ଠିକା ସଂସ୍ଥା ଟିଡି କନଷ୍ଟ୍ରକସନର କର୍ମଚାରୀ ତଥା ଦେବଗଡ଼ ଜିଲ୍ଲାର ମୂଳ ବାସିନ୍ଦା ଗଣଶିର ମୁଣ୍ଡାରୀ (୨୨)ମୃତ୍ୟୁ ବରଣ କରିଛନ୍ତି । ତାଙ୍କୁ ଗୁରୁତର ଓ ଅଚେତ ଅବସ୍ଥାରେ ପ୍ଲାଣ୍ଟ ଭିତରର ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ପରେ ଆଇଜିଏଚ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣାରେ କାରଖାନାର ଶ୍ରମିକ ସଂଗଠନ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପୂର୍ବକ ଏହାକୁ ବ୍ୟବସ୍ଥାର ଅବହେଳା ବୋଲି କହିଛନ୍ତି । କାରଖାନାର ନିର୍ଦେଶକ ଅତନୁ ଭୌମିକ ଏ ଅକାଳ ମୃତ୍ୟୁ ନେଇ ଦୁଃଖ ପ୍ରକାଶ ପୂର୍ବକ ସ୍ବର୍ଗତ ଶ୍ରମିକଙ୍କ ସକାଶେ ଶୋକସନ୍ତପ୍ତ ପରିବାରକୁ ସମସ୍ତ ସମ୍ଭବ ସହାୟତା ଦିଆଯିବ ବୋଲି କହିଛନ୍ତି । ଏଥିସହ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି  ।

Comments are closed.