ମା’ ମୃତଦେହ ସହ ଝିଅ ବିତାଇଲା ୫ ଦିନ

ରାଉରକେଲା: ୫ ଦିନ ପରେ ଏକ ବନ୍ଦ ଘରୁ ମା’ର ମୃତଦେହ ଉଦ୍ଧାର କଲା ପୁଲିସ । ମା’ ମୃତଦେହ ସହିତ ୫ଦିନ ବିତାଇଲା ଝିଅ । ଏପରି ଏକ ଘଟଣା ରାଉରକେଲାର ବାସନ୍ତୀ କଲୋନୀରେ ଘଟିଥିବା ଜଣାପଡ଼ିଛି । ସୂଚନା ମୁତାବକ ଗୋଟିଏ ଘରେ ମା’ ମୃତଦେହ ପାଖରେ ଝିଅ ୫ଦିନ ରହିବା ପରେ ଖବର ପାଇ ପୁଲିସ ବନ୍ଦ ଘରୁ ମା’ର ମୃତଦେହ ସହ ଝିଅକୁ ଉଦ୍ଧାର କରିଛି । ମୃତ ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ପୁଲିସ ସୂଚନା ଦେଇଥିବା ବେଳେ ମହିଳାଙ୍କ କିପରି ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ । ମୃତ ମହିଳାଙ୍କ ଝିଅଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବାରୁ ମୃତ୍ୟୁ ଉପରୁ ରହସ୍ୟ ଉଠିପାରିନାହିଁ ।  ତେବେ ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି । ସୂଚନା ମୁତାବକ ମୃତ ମହିଳାଙ୍କ ନାଁ ମଞ୍ଜୁ । ତାଙ୍କର ୪ଜଣ ଝିଅ ରହିଛନ୍ତି । ତିନି ଜଣ ଝିଅ ଦିଲ୍ଳୀରେ ରୁହନ୍ତି । ଜଣେ ଝିଅଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ ସେ ତାଙ୍କ ସହ ରହୁଥିଲେ । ଗତ ୧୮ ତରିଖରେ ଦିଲ୍ଲୀରେ ରହୁଥିବା ଝିଅଙ୍କ ସହ କଥା ହୋଇଥିଲେ ମହିଳା । ପରେ ଆଉ ଯୋଗାଯୋଗ ହୋଇନଥିଲା । ବାହାରେ ମହିଳା ଜଣଙ୍କୁ ନଦେଖିବାରୁ ପଡୋଶୀଙ୍କର ସନ୍ଦେହ ହୋଇଥିଲା । ଏନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ଖବର ପାଇବା ପରେ ଘରର କବାଟ ଭାଙ୍ଗି ଝିଅ ଓ ମୃତ ମା’ଙ୍କୁ ଉଦ୍ଧାର କରିଛି ।

Comments are closed.