ଜୟ ଶ୍ରୀରାମରେ ଗୁଂଜରିତ ସାରନଗରୀ

ସାରନଗରୀ: ଆଜି ଥିଲା ପବିତ୍ର ରାମନବମୀ। ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ପବିତ୍ର ରାମନବମୀ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ସୁପର ମାର୍କେଟସ୍ଥିତ ହନୁମାନ ମନ୍ଦିର ପରିସରରେ ଥିବା ଶ୍ରୀରାମ ମନ୍ଦିରରେ ପୂଜକ ଭାବେ ଅଶୋକ ମିଶ୍ର ଓ ଦୀପକ ମିଶ୍ର ଦାୟିତ୍ୱ ତୁଲାଇଥିଲେ। ସେହିପରି ଆଇଡ଼ିଏଲ ସ୍ଥିତ ରାମ ମନ୍ଦିର, ଦେଓଗାଁ ତରକେରା ମନ୍ଦିର ଠାରେ ସକାଳୁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା।

ସେହିପରି ସାରନଗରୀ ସାଇଧାମ ଟ୍ରଷ୍ଟ୍ର ପକ୍ଷରୁ ପବିତ୍ର ରାମନବମୀ ପାଳନ କରାଯାଇଥିଲା। କାକଡ଼ ଆରତୀ ଭୋର ୫.୧୫ ମିନିଟ, ଅଭିଶେକ ପୂଜା, ହରିନାମ ସଙ୍କିର୍ତନ, ମଧ୍ୟାହ୍ନ ଆରତୀ ଦିବା ୧୨ଟାରେ ହୋଇଥିଲ।। ସାଇବାବାଙ୍କ ସଂଧ୍ୟା ଆରତୀ ୬.୧୫ ମିନିଟ୍ ଓ ପ୍ରସାଦ ସେବନ ରାତ୍ରି ୮ଟାରେ ହେବା ପରେ ଶେଯ ଆରତୀ ରାତ୍ରୀ ୯ଟା ଅନୁଷ୍ଠିତ ହୋଇଥିଲା। ରାମନବମୀ ଉପଲକ୍ଷେ ସମସ୍ତ ଦେବାଳୟରେ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଅପାର କରୁଣା ଲାଭ କରିଥିଲେ।

Comments are closed.