କର୍ମଜିବୀ ମହିଳାଙ୍କ ପାଇଁ ୨ ଦିନିଆ ସଚେତନତା କର୍ମଶାଳା

ସାରନଗରୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନ ଓ ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ୮୦ଜଣ କର୍ମଜିବୀ ମହିଳାମାନଙ୍କୁ ନେଇ ଏକ ୨ ଦିନିଆ ସଚେତନତା କର୍ମଶାଳା ସ୍ଥାନୀୟ ଆଇଡ଼ିଏଲ ସମାଜ ମଙ୍ଗଳ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାତୀୟ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷାଧିକାରୀ ଡ଼.ଧର୍ମେନ୍ଦ୍ର ମିଶ୍ର ତାଙ୍କ ବକ୍ତବ୍ୟରେ ସ୍ୱଛ ଭାରତ ଅଭିଯାନ, ଡ଼ିଜିଟାଲ ଇଣ୍ଡିଆନ, ନୂତନ ଶ୍ରମ ଆଇନ, ନୂତନ ଶିଳ୍ପ ନୀତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଆଇଡ଼ିଏଲ କାରଖାନାର କାର୍ମିକ ବିଭାଗର ମୁଖ୍ୟ ରଂଜନ ମହାନ୍ତି, ସାମାଜିକ କର୍ମୀ ଚିତ ରଂଜନ ନନ୍ଦ, ଦମୟନ୍ତୀ ମିଶ୍ର, ସୁଭଦ୍ରା ସାହୁ, ପ୍ରତିଭା ମିଶ୍ର ପ୍ରମୁଖ କର୍ମଜିବୀ ମହିଳାମାନଙ୍କର ବିଭିନ୍ନ ସମସ୍ୟା, କାମ କରିବା ଅଧିକାର, ମହିଳାମାନଙ୍କର ଆଇନଗତ ଅଧିକାର, ଯୌନ ନିର୍ଯ୍ୟାତନା, ସାମାଜିକ ସୁରକ୍ଷା ସର୍ବୋପରି ମହିଳା ସଶକ୍ତି କରଣ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ସହ ସମ୍ପାଦିକା ସଚଳା ପଣ୍ଡା ଧନ୍ୟବାଦ ଦେଇଥିଲେ।

ସେହିପରି ଦ୍ୱିତୀୟ ଦିବସ ଉଦ୍‌ଯାପନୀ ଉତ୍ସବରେ ଆଇଡ଼ିଏଲ କାରଖାନାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡ଼.ପୂର୍ଣ୍ଣଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ମହିଳାମାନଙ୍କ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈିତିକ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଡ଼.ଧର୍ମେନ୍ଦ୍ର ମିଶ୍ର ଶ୍ରମିକ କାର୍ଡ଼, ଗୃହିଣୀମାନଙ୍କ କର୍ତବ୍ୟ, ମହାମାରୀ କରୋନା ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼ାକ୍ତର ବିଷ୍ଣୁପ୍ରିୟା ସାହୁ ଯୋଗ ଦେଇ ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ ସମ୍ପର୍କିତ ଆଲୋଚନା କରିଥିଲେ। ଶେଷରେ ସ୍ୱଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ଦମୟନ୍ତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.