ନବକୃଷ୍ଣନଗର ଅଂଚଳରୁ ପାହାଡ଼ି ଚିତି ଉଦ୍ଧାର

ସାରନଗରୀ: ବୁଧବାର ରାତ୍ରୀ ପ୍ରାୟ ୧୧.୪୫ ମିନିଟ ସମୟରେ ନବକୃଷ୍ଣନଗର ଅଂଚଳରୁ ଏକ ପାହାଡ଼ିଚିତି ସାପ ଉଦ୍ଧାର ହୋଇଛି। ସାପଟିର ଲମ୍ବ ପ୍ରାୟ ସାଢେ ତିନି ଫୁଟ ହେବ ବୋଲି ଅନୁମାନ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ରାଉରକେଲା ଅନ୍ତର୍ଗତ ନବକୃଷ୍ଣନଗର ଅଂଚଳରେ ବାସ କରୁଥିବା ନାରାୟଣ ନାୟକ ତାଙ୍କ ବାସଭବନର ଏକ କୋଠରୀରେ ବିଷଧର ସାପ ଲୁଚି ରହିଥିବା ଦେଖିବାକୁ ପାଇଥିଲେ। ସେ କାଳବିଳମ୍ବ ନକରି ଏହି ଘଟଣା ସମ୍ପର୍କରେ ବରିଷ୍ଠ ସ୍ନେକ ହେଲପଲାଇନର ସଦସ୍ୟମାନଙ୍କୁ ଫୋନ ଯୋଗେ ଖବର ଦେଇଥିଲେ। ସୂଚନା ପାଇ ସାପଧରାଳୀ କମଳାକାନ୍ତ ବାରିକ ଓ ତାଙ୍କ ସହଯୋଗୀ ଆର୍ମି ସଙ୍ଗଠନର କୁନା ମହାଳିକ ଓ ନିରଂଜନ ମଲ୍ଲିକ ଘଟଣା ସ୍ଥଳରେ ପହଂଚି ଉକ୍ତ ସାପକୁ ଉଦ୍ଧାର କରିଥିଲେ । କିଛି ସମୟ ପରେ ସାଢେ ତିନି ଫୁଟର ଉକ୍ତ ପାହାଡ଼ିଚିତି ସାପକୁ ଆୟତକୁ ଅଣାଯାଇଥିଲା। ଏହାପରେ ବନ ବିଭାଗ ସହାୟତାରେ ସାପକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

Comments are closed.