ରାଉରକେଲାରେ ସମାଜ ପରିବାର ପକ୍ଷରୁ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ

ରାଉରକେଲା  : ରାଉରକେଲାରେ ସମାଜ ପରିବାର ପକ୍ଷରୁ ପୁଣ୍ୟାତ୍ମା ମହାନ ଜନନାୟକ ତଥା ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଆଜି ପାଳନ କରାଯାଇଛି।
ସମାଜ ପରିବାର ପକ୍ଷରୁ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେକ୍ଟର-୧୯ ଅମ୍ବାଗନସ୍ଥିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଓ ଜଗଦାସ୍ଥିତ ଡାକ୍ତର ଆର. ଏନ. ଦାସ ଲଳିତା ସେବା କେନ୍ଦ୍ର ପରିସରରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି।

Comments are closed.