ଆରଏସପିରେ ଗ୍ୟାସ ଲିକ ଘଟଣା ଆଉ ଜଣେ ନିଲମ୍ବିତ ; ବିଜେଡିର ବିରାଟ ଶୋଭାଯାତ୍ରା

ରାଉରକେଲା ଏଡିଏମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ ଘଟଣାରେ ଆଉ ଜଣଙ୍କୁ ନିଲମ୍ବନ କରାଯାଇଛି। ଆରଏସପି କର୍ତ୍ତୃପକ୍ଷ ସେଫଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜେର ଜ୍ୟୋତିରଞ୍ଜନ ସାହୁଙ୍କୁ ନିଲମ୍ବନ କରିଛନ୍ତି । ଏହାକୁ ମିଶାଇ ନିଲମ୍ବିତ ଅଧିକାରୀଙ୍କ ସଂଖ୍ୟା ୩କୁ ବୃଦ୍ଧି ହୋଇଛି। ଗତକାଲି ଡିଜିଏମ ଜି. ବାରିକ ଓ ଏନ. ଦାସଙ୍କୁ ନିଲମ୍ବନ କରାଯାଇଥିଲା। ଗତକାଲିର ଗ୍ୟାସ ଲିକ ଦୁର୍ଘଟଣା ଓ ୪ ଜଣଙ୍କ ମୃତ୍ୟୁ ପରେ ଏଭଳି ପଦକ୍ଷେପ ନିଆଯାଇଥିଲା। ଗତକାଲି ଡିଜିଏମ ଜି. ବାରିକ ଓ ଏନ. ଦାସଙ୍କୁ ନିଲମ୍ବନ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଇସ୍ପାତ କାରଖାନାର କୋଲ୍ କେମିକାଲ ବିଭାଗରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ୧୦ ଜଣ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା । ପରେ ଗୁରୁତର ଥିବା ଏହି ୪ ଜଣଙ୍କର ମୃତ୍ୟୁ ହୋଇଥିଲା।
ଆରଏସପି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁକୁ ନେଇ ବିଧାୟକ ସାରଦା ନାୟକଙ୍କ ନେତୃତ୍ୱରେ ବିଜେଡିର ବିରାଟ ଶୋଭାଯାତ୍ରା କରାଯାଇଛି। ରାଉରକେଲା ଏଡିଏମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଆଲୋଚନା ପରେ ଜିଲାପାଳ ନିଖିଳ ପୱନ କଲ୍ୟାଣଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Comments are closed.