ପାଗଳ କୁକୁର କାମୁଡ଼ାରେ ଜଣେ ଶିଶୁ ସହ ୩୦ ଆହତ

ରାଉରକେଲା : ରାଉରକେଲା ଡ଼େଲି ମାର୍କେଟ ପେଟ୍ରୋଲ ପମ୍ପ ନିକଟରେ ପାଗଳ କୁକୁରର ଆତଙ୍କ ସୃଷ୍ଟି ହୋଇଛି। କୁକୁର କାମୁଡ଼ାରେ ଜଣେ ଶିଶୁ ସହ ୩୦ ଜଣ ଆହତ ହୋଇଛନ୍ତି। ପ୍ରାୟ ୩୦ ଜଣଙ୍କ ଗୋଡ଼ ଓ ହାତକୁ କାମୁଡ଼ି କୁକୁରଟି କ୍ଷତାକ୍ତ କରିଛି। ଶନିବାର ୨୫ ଜଣଙ୍କୁ ଓ ରବିବାର ଅର୍ଥାତ ଆଜି ଅନ୍ୟ ୫ ଜଣଙ୍କୁ କାମୁଡ଼ିଥିବା ସୂଚନା ମିଳିଛି। ଗତ କାଲି ଠାରୁ କୁକୁର ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ଯାଏଁ କାବୁ ହୋଇନଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

Comments are closed.