ଉଡାଣ ପାଇଁ ରାଉରକେଲାରେ ପହଞ୍ଚିଲେ ୯ ଜଣିଆ ବିଶେଷଜ୍ଞ ଦଳ

ରାଉରକେଲା: ଉଡ଼ାଣ ଯୋଜନାର ଘୋଷଣାକୁ ବର୍ଷବର୍ଷ ବିତିବା ସତ୍ଵେ ରାଉରକେଲାରୁ ଏହା ଆରମ୍ଭ ହୋଇପାରିଲା ନାହିଁ । ତେବେ ଏଥିପାଇଁ ସରକାରୀ ପ୍ରକ୍ରିୟା ବନ୍ଦ ହୋଇନାହିଁ । ଶୁକ୍ରବାର ଏହି କ୍ରମରେ ଏକ ୯ ଜଣିଆ ବିଶେଷଜ୍ଞ ଦଳ ଆସି ରାଉରକେଲା ବିମାନବନ୍ଦର ସମେତ ଯୋଜନା କାର୍ଯ୍ୟକାରୀ ହେବାକୁ ଆବଶ୍ୟକ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ସେମାନେ ରିପୋର୍ଟ ଦେବାପରେ ଯୋଜନା ଚୂଡାନ୍ତ ରୂପ ନେବ।  ଆଜି ଏହି ଅବସରରେ ସାଂସଦ ଜୁଏଲ ଓରାମ, ଜିଲାପାଳ ନିଖିଳ ପୱନ କଲ୍ୟାଣ , କମିଶନର ଦିବ୍ୟଜ୍ୟୋତି ପରିଡ଼ା, ଆରଏସପିର ବରିଷ୍ଠ ଅଫିସର ବୃନ୍ଦ, ଷ୍ଟିଲ ଅଫିସର ମହାସଂଘ ସମ୍ପାଦକ ବିମଳ କୁମାର ବିଶି, ଚେମ୍ବର ଅଫ କମର୍ସ ର କର୍ମକର୍ତା ମାନେ ଉପସ୍ଥିତ ଥିଲେ। ଏହାପରେ ରାଜ୍ୟ ସରକାରଙ୍କ ପ୍ରତିନିଧି, ଆରଏସପି ପ୍ରତିନିଧି , ଜିଲ୍ଲା ପ୍ରଶାସନର ଅଧିକାରୀବୃନ୍ଦଙ୍କ ସହ ଏକ ସମୀକ୍ଷା ବୈଠକ ହୋଇଥିବା ଜଣାପଡିଛି ।

Comments are closed.