ଗଛରେ ଚଢି ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା : ରାଉରକେଲାର ଗଜପତି ମାର୍କେଟ ନିକଟରେ ଏକ ଗଛରେ ଚଢି ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥିବା ଗୁରୁବାର ଜଣାପଡିଛି। ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ ରମେଶ ରାଉତ । ବ୍ୟକ୍ତିଙ୍କ ଆତ୍ମହତ୍ୟା ନେଇ ଅଗ୍ନିଶ୍ରମ କର୍ମଚାରୀ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ବ୍ୟକ୍ତିଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଉକ୍ତ ବ୍ୟକ୍ତି ଜଣଙ୍କ କେଉଁ କାରଣରୁ ଆତ୍ମହତ୍ୟା କରୁଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇପାରି ନାହିଁ।

Comments are closed.