୨୦ଲକ୍ଷ ଟଙ୍କା ଲୁଟ ଉଦ୍ୟମ ବିଫଳ

ରାଉରକେଲା: ରାଉରକେଲା ତାରିଣୀ ମନ୍ଦିର ନିକଟରୁ ୨୦ ଲକ୍ଷ ଟଙ୍କା ଲୁଟ ଉଦ୍ୟମ ବିଫଳ ହୋଇଛି। ଜଣେ ଫ୍ଲିପକାର୍ଟ କର୍ମଚାରୀ ଆକ୍ସିସ୍‌ ବ୍ୟାଙ୍କରେ ୨୦ଲକ୍ଷ ଟଙ୍କ ଜମା କରିବାକୁ ଆସିଥିଲେ। ରାଉରକେଲା ତାରିଣୀ ମନ୍ଦିର ନିଟକରେ ୨ଜଣ ଲୁଟେରା ତାଙ୍କୁ ଆକ୍ରମଣ କରିଥିଲେ। ସମ୍ପୃକ୍ତ କର୍ମଚାରୀ ସେମାନଙ୍କୁ ପ୍ରତିରୋଧ କରିଥିଲା। ଫଳରେ ଲୁଟେରା ଓ ଫ୍ଲିପ୍‌କାର୍ଟ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲେ। ଏଥିରେ ଉତ୍ୟକ୍ତ ହୋଇ ଫ୍ଲିପ୍‌କାର୍ଟ କର୍ମଚାରୀଙ୍କୁ ଲୁଟେରାମାନେ ଆକ୍ରମଣ କରିଥିଲେ। ଏହା ଦେଖି ଲୋକେ ସେଠାରେ ଜମା ହୋଇଯାଇଥିଲେ। ଫଳରେ ଲୋକଙ୍କୁ ଦେଖି ସେଠାରୁ ଲୁଟେରାମାନେ ଚମ୍ପଟ ମାରିଥିଲେ ଏବଂ ସେମାନଙ୍କ ଲୁଟ୍‌ ଉଦ୍ୟମ ବିଫଳ ହୋଇଥିଲା। ଲୁଟେରାଙ୍କ ଆକ୍ରମଣରେ ଆହତ ଫ୍ଲିପକାଟ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.