ଗୋଷ୍ଠୀ ସଂଘର୍ଷରେ ୨ ଆହତ ; ୭ ଅଟକ

ରାଉରକେଲା : ରାଉରକେଲାର ମାଲଗୋଦାମ ଅଞ୍ଚଳରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୨ ଜଣ ଆହତ ହେବା ସହ ଉକ୍ତ ଅଞ୍ଚଳରେ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବା ଶୁକ୍ରବାର ଜଣାପଡ଼ିଛି।ଉକ୍ତ ଘଟଣାରେ ପୁଲିସ ୭ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିବା ସହ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଗତକାଲି ୨ ଗୋଷ୍ଠୀ ମଧ୍ୟରେ ବଚନା ହୋଇଥିବା ବେଳେ ଏଥିରେ ୨ ଜଣ ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନ ହୋଇଥିବାରୁ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

Comments are closed.