ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ ; କୋଭିଡ ହସ୍ପିଟାଲର କଲେ ପରିଦର୍ଶନ ଓ ସମୀକ୍ଷା

ରାଉରକେଲା: ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ଅଚାନକ ରାଉରକେଲା ଗସ୍ତ କରିଛନ୍ତି। ସେ ରାଉରକେଲା ଆସି ପହଞ୍ଚିବା ପରେ ରାଉରକେଲା ହାଇଟେକ ହସ୍ପିଟାଲ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି । ରୋଗୀଙ୍କ ସହିତ ଆଲୋଚନା କରିବା ସହିତ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।
ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲୀ ସୁନୀଲ ନରଓ୍ବଣ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା. ପାନପୋଷ ଉପଜିଲାପାଳ ବିଶ୍ୱଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହିତ ରାଉରକେଲାରେ କୋଭିଡ ଚିକିତ୍ସା ପାଇଁ ଥିବା ବିଭିନ୍ନ ଘରୋଇ ହସ୍ପିଟାଲ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ମଧ୍ୟ ରହିଛି ।

Comments are closed.