ଜଣାଶୁଣା ଲୋକପ୍ରିୟ କଳାକାର ସଞ୍ଜୟ ତନ୍ତୀ ମୃତ

ରାଉରକେଲା : ରାଉରକେଲାର ଜଣେ ଜଣାଶୁଣା ଲୋକପ୍ରିୟ କଳାକାରଙ୍କର କୌଣସି ହସ୍ପିଟାଲରେ ଚିିକିତ୍ସା ନହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଶନିବାର ଅଭିଯୋଗ ହୋଇଛି। ସେ ହେଲେ ସଞ୍ଜୟ ତନ୍ତୀ ଓରଫ କୁମାର ସଞ୍ଜୟ। ତାଙ୍କର ମସ୍ତିଷ୍କ ଜ୍ୱର ହୋଇଥିବା କୁହାଯାଉଛି। ପରିବାର ଲୋକଙ୍କ କହିବାନୁଯାୟୀ, ଚିକିତ୍ସା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ଧାଇଁ ଧାଇଁ ଶେଷରେ ବେଦବ୍ୟାସ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ପହଂଚିଥିଲେ। ସେଇ ହସ୍ପିଟାଲରେ ମଧ୍ୟ ଆଡମିଟ କରାଯିବା ପୂର୍ବରୁ କୋଭିଡ଼ ଟେଷ୍ଟ କରି ଆସିବା ପାଇଁ କୁହାଯାଇଥିଲା। ଏହାପୂର୍ବରୁ ଆଇଜିଏଚରେ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଥିଲା ସତ୍ୱେ ପୁଣି ଟେଷ୍ଟ କରି ଆସିବାକୁ କୁହାଯାଇଥିଲା। ଟେଷ୍ଟ ପାଇଁ ସରକାରୀ ଡାକ୍ତରଖାନା ଆସିଥିବା ବେଳେ ସେହି ହସ୍ପିଟାଲରେ ବାରଣ୍ଡାରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ସଞ୍ଜୟ ଆଖି ବୁଜିଥିଲେ। ତାଙ୍କୁ ମସ୍ତିସ୍କ ଜ୍ୱର ହୋଇଥିବା ସମ୍ପର୍କୀୟ କହୁଛନ୍ତି। ଡାକ୍ତରଖାନା ମାନଙ୍କରେ ବ୍ୟବହାର ଓ ବ୍ୟବସ୍ଥା ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି ବୋଲି ଜଣାପଡ଼ିଛି। ଅନ୍ତିମ ସଂସ୍କାର ପାଇଁ ତାଙ୍କ ମୃତଦେହ ନିଆଯାଇଛି ବୋଲି ସୂଚନା ମିଳିଛି।

Comments are closed.