ଭୋଜି କରିବାକୁ ଯାଇ କୋଏଲ ନଦୀରେ ବୁଡ଼ିଗଲେ ୩ ଛାତ୍ର; ୨ ଜଣଙ୍କ ଶବ ଉଦ୍ଧାର, ଅନ୍ୟଜଣେ ନିଖୋଜ

ରାଉରକେଲା: ଆଜି କୋଏଲ୍‌ ନଦୀରେ ବୁଡ଼ି ୨ ଛାତ୍ର ମୃତ ହୋଇଥିବାବେଳେ ଜଣେ ନିଖୋଜ ରହିଛନ୍ତି। ଝିରିପାଣିକୁ ପିକ୍‌ନିକ୍‌ରେ ଯାଇ ନଦୀରେ ଗାଧୋଇବାବେଳେ ଏଭଳି ଅଘଟଣ ଘଟିଛି। ଏବେ ସୁଦ୍ଧା ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ଖୋଜାଖୋଜି ଜାରି ରହିଛି।

ମିଳିଥିବା ଅନୁଯାୟୀ ସ୍ଥାନୀୟ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୦ ଜଣ ଛାତ୍ର ରବିବାର ଝିରପାଣି ନିକଟରେ  ବଣଭୋଜି କରିବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ମିଟକୁନ୍ଦୁରୀ ଘାଟକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ଗାଡ଼ୋଇବା ସମୟରେ ସେମାନେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିବାବେଳେ ଅନ୍ୟମାନେ ବୁଡ଼ି ଯାଇଥିଲେ ।

ଘଟଣା ସମ୍ପର୍କରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ନଦୀରେ ମାଛ ମାରୁଥିବା କିଛଇ ଧୀବର ମଧ୍ୟ ବୁଡ଼ି ଯାଇଥିବା ଛାତ୍ରମାନଙ୍କୁ ଉଦ୍ଧାର କରିବାକୁ ଆସିଥିଲେ। ପ୍ରଥମେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ଖୋଜା ଖୋଜି ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ ନିଖୋଜ ଅଛନ୍ତି। ରାଉରକେଲା କୋଏଲ ନଦୀରେ ଜମସରା ଘାଟିରେ ଘଟିଛି ଏଭଳି ଅଘଟଣ ଘଟିଛି। ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗାଧୋଇବାବେଳେ କୋଏଲ୍‌ ନଦୀରେ ବୁଡ଼ି ଯାଇଥିବା ୩ ଜଣ ସାଙ୍ଗ ହେଉଛନ୍ତି ସେକ୍ଟର ୫, ସେକ୍ଟର ୮ ଏବଂ ଛେଣ୍ଡ ଅଞ୍ଚଳର ବୋଲି ଜଣାପଡ଼ିଛି। ।


ମୃତ ଦୁଇଜଣ ଛାତ୍ରଙ୍କ ମଧ୍ୟରୁ ଭୂପେଶ ଯାଦବ ଓ ସୁଜନ ଶର୍ମାଙ୍କ ଶବକୁ ଉଦ୍ଧାର କରାଯାଇଛି । କୌଶିକ ମଲ୍ଲିକଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଦାର କରାଯାଇପାରି ନାହିଁ ।

Comments are closed.