୧୨ଘଣ୍ଟିଆ ରାଉରକେଲା ବନ୍ଦ

0

ରାଉରକେଲା: ରାଉରକେଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ରାଉରକେଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଓ ରାଜସ୍ବ ଜିଲା ଦାବିରେ ଏହି ବନ୍ଦ ପାଳନ କରାଯାଇଛି। ରାଉରକେଲା ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଓକିଲ ସଂଘର କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଓକିଲ ସଂଘ ପକ୍ଷରୁ ପାନପୋଷ ଛକରେ ଏନଏଚ-୧୪୩ ଅବରୋଧ କରାଯାଇଛି। ଫଳରେ ଉଭୟ ପଟେ ଯାନବାହନ ଅଟକି ରହିଛି। ଏହାସହ ଦୋକାନବଜାର ମଧ୍ୟ ବନ୍ଦ ରହିଥିବାର ଦେଖାଯାଇଛି। ସମସ୍ତ ସ୍କୁଲ, କଲେଜ ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି। ଓକିଲ ସଂଘର ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ, ବଣିକ ସଂଘ ସମର୍ଥନ କରୁଥିବାର ଜଣାପଡିଛି।

Leave A Reply