ସଡକ ଦୁର୍ଘଟଣା ; ଜଣେ ମୃତ ; ୨ ଆହତ

ରାଉରକେଲା : ରାଉରକେଲାର ଉଦିତନଗର ଥାନା ଅନ୍ତର୍ଗତ ରିଙ୍ଗ ରୋଡରେ ଏକ ସଡକ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଏକ ଆକ୍ଟିଭା ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବା ସହ ଆଉ ୨ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପିଉ ତିର୍କୀ। ଉକ୍ତ ବ୍ୟକ୍ତି ଜଣଙ୍କ ମାଲଗୋଦାମ ଅଞ୍ଚଳର ବୋଲି ସୂଚନା ମିଳିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

Comments are closed.