ସ୍ୱତନ୍ତ୍ର ଟ୍ରେନରେ ପହଞ୍ଚିଲେ ପ୍ରବାସୀ ଶ୍ରମିକ

ରାଉରକେଲା : ଲକ ଡାଉନ ପାଇଁ ଘରକୁ ବାହୁଡୁଛନ୍ତି ପ୍ରବାସୀ ଶ୍ରମିକ। ପ୍ରତ୍ୟକ ଦିନ ଶହ ଶହ ଶ୍ରମିକ ରାଜ୍ୟ ବାହାରୁ ଆସୁଛନ୍ତି । ତାମିଲନାଡୁରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ରାଉରକେଲା ରେଳ ଷ୍ଟେସନରେ ସୋମବାର ସକାଳୁ ଆସି ପହଞ୍ଚିଛି। ଓଡିଶାର ବିଭିନ ଜିଲାର ପ୍ରାୟ ବହୁ ସଂଖ୍ୟାର ଶ୍ରମିକ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରା ଯାଇଥିଲା। ପରେ ଜିଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଓ ମେଡିକାଲ ଟିମ ପକ୍ଷରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ବିଭିନ୍ନ ଜିଲାକୁ ବସ ଯୋଗେ ପଠାଯାଇଛି। ଏତେ ସଂଖ୍ୟକ ପ୍ରବାସୀ ଏକା ସଙ୍ଗେ ଆସିଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

Comments are closed.