ରାଉରକେଲା ବ୍ରାହ୍ମଣୀ ସେତୁରେ ବଡ଼ ଫାଟ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ରାଉରକେଲା: ରାଉରକେଲା ବ୍ରାହ୍ମଣୀ ସେତୁରେ ଶୁକ୍ରବାର ସକାଳେ ଏକ ବଡ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ପୋଲ ମଝିରେ ପଡ଼ିଥିବା ଲୁହା ପ୍ଲେଟ ନିକଟରେ ବଡ ଗର୍ତ୍ତ ସୃଷ୍ଟି ହୋଇଛି । ଗତକାଲି ବିଳମ୍ବିତ ରାତିରେ ଲୁହା ପ୍ଲେଟ ଦବି ଯାଇଥିଲା ଜଣାପଡିଛି । ପୋଲରେ ଫାଟ ହେବାଫଳରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଲକଡାଉନରେ କମ ଯାନବାହନ ଚଳାଚଳ ଥିବା ସତ୍ତ୍ବେ ଏହି ଫାଟ ସୃଷ୍ଟି ହୋଇଛି ।
ପ୍ରଶାସନ ପକ୍ଷରୁ ଫାଟ ଥିବା ସ୍ଥାନକୁ ଘେରାଇ ଦିଆଯାଇଥିବା ବେଳେ ଟ୍ରାଫିକ ସୁବିଧା ଲାଗି ପୋଲିସ ମୁତୟନ କରାଯାଇଛି । ଉଭୟ ପାର୍ଶ୍ୱରେ ଥିବା ସ୍ଥାନରେ ବିପଦ ସଂକୁଳ ଅବସ୍ଥାରେ ଗାଡ଼ି ଚଳାଚଳ କରୁଛି । ଏହି ବ୍ରିଜ ୧୪୩ ନମ୍ବର ଜାତୀୟ ରାଜପଥ ଅଧୀନରେ ଥିବାରୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଶୀଘ୍ର ବ୍ରିଜର ମରାମତି କରିବାକୁ ଦାବି ହେଉଛି । ପୂର୍ବର ଅନେକ ଥର ବ୍ରାହ୍ମଣୀ ସେତୁରେ ଫାଟ ସୃଷ୍ଟି ଯୋଗୁଁ ଲୋକଙ୍କ ଜୀବନଯାତ୍ରା ବିପଦପୂର୍ଣ୍ଣ ହେଉଛି । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପୂର୍ଣ୍ଣାଙ୍ଗ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହେଉନାହିଁ । ପୁରୁଣା ସେତୁର ସ୍ଥାୟୀ ମରାମତି ପାଇଁ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଜିଲ୍ଲାର ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

Comments are closed.