କେବଳ ଖାଦ୍ୟ ନୁହେଁ ଜୀବନର ବହୁ ସମସ୍ୟା ଦୂର କରିଥାଏ ରୁଟି

0

ଆମର ନିତିଦିନିଆ ଖାଦ୍ୟ ମଧ୍ୟରେ ରୁଟି ଏକ ମୁଖ୍ୟ ଖାଦ୍ୟ ଅଟେ। ଏହାକୁ ଏକ ପୋଷ୍ଟିକ ଆହର କୁହାଯାଏ। ରୁଟି ବିନା ବହୁ ଲୋକଙ୍କ ଖାଦ୍ୟ ଖାଇବାକୁ ଶାନ୍ତି ଲାଗିନଥାଏ। ମାତ୍ର ରୁଟି ଯେ କେବଳ ପେଟର ଭୋକ ମେଣ୍ଟାଏ ତାହା ନୁହେଁ, ଜୀବନର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ।  ତେବେ ରୁଟିର ଏପରି କିଛି ଗୁଣ ବିଷୟରେ ଆସନ୍ତୁ ଜାଣିବା, ଯାହା ଦ୍ବାରା ଅନେକ ସମସ୍ୟାମରୁ ମୁକ୍ତି ମିଳିଥାଏ….
ନିୟମିତ ଘରେ ରୁଟି ପ୍ରସ୍ତୁତ ହେବା ସମୟରେ ପ୍ରଥମ ରୁଟି ଗାଈ ପାଇଁ ଏବଂ ଶେଷ ରୁଟି କୁକୁର ପାଇଁ ପ୍ରସ୍ତୁତ କରିବା ଉଚିତ। ପ୍ରତିଦିନ ସକାଳେ ଗାଈ ଓ କୁକୁରକୁ ସେହି ରୁଟି ଦେବା ଆବଶ୍ୟକ। ଏପରି କରିବା ଦ୍ୱାରା ପରିବାର ମଧ୍ୟରେ କଳହ ହୋଇନଥାଏ।
ଜାତକରେ ରାହୁ ଓ କେତୁ ସମସ୍ୟା ଥିଲେ, ରାତିରେ ଖାଦ୍ୟ ଖାଇବା ପରେ ବଳିଥିବା ଶେଷ ରୁଟିରେ ସୋରିଷ ତେଲ ଲଗାଇ କଳା କୁକୁର ଖାଇବାକୁ ଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଏପରି ନିୟମିତ ୧୫ ଦିନ କରିବା ଉଚିତ।
ପିତୃଦୋଷରୁ ମୁକ୍ତି ପାଇବାକୁ ହେଲେ ଅମାବାସ୍ୟା ଦିନ ରୁଟି ଓ କ୍ଷୀରି ପ୍ରସ୍ତୁତ କରି କାଉକୁ ଖାଇବାକୁ ଦେଲେ, ଏହି ସମସ୍ୟା ଦୂର ହୋଇଥାଏ।
ରୁଟି ସହ କିଛି ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦେଲେ ଜୀବନରୁ ଅସଫଳତା ଦୂରେଇ ଯାଏ ଓ ସଫଳତା ମିଳିଥାଏ।
ନିୟମିତ ଶନିବାର ଦିନ କଳା କୁକୁରକୁ ରୁଟି ଖାଇବାକୁ ଦେଲେ ଶାଶୁ ବୋହୂ ସଂପର୍କର ତିକ୍ତତା ଦୂର ହୋଇଥାଏ।

Leave A Reply