ବାସି ରୁଟିର ରହିଛି ଆଶ୍ଚର୍ଯ୍ୟଜନକ ଲାଭ

ଅଧିକାଂଶଙ୍କ ଘରେ ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ପ୍ରସ୍ତୁତ କରାଯାଏ। ଯାହା ଫଳରେ ଖାଦ୍ୟ ବଳି ପଡେ।ପ୍ରାୟତଃ ବାସି ଖାଦ୍ୟ ନ ଖାଇବାକୁ ସମସ୍ତେ ପରାମର୍ଶ ଦିଅନ୍ତି। ବାସି ଖାଦ୍ୟ ବିଭିନ୍ନ ପ୍ରକାର ରୋଗର କାରଣ ବୋଲି ମଧ୍ୟ କୁହାଯାଏ। ୧୨ ଘଣ୍ଟାରୁ ଅଧିକ ସମୟ ରହିଥିବା ବାସି ଖାଦ୍ୟ ଖାଇଲେ ଫୁଡ୍ ପଏଜନ୍ (ବିଷାକ୍ତ ଖାଦ୍ୟ), ଏସିଡିଟି ଓ ପେଟ ଖରାପ ହେବାର ଆଶଙ୍କା ଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହାଛଡ଼ା ବାସି ଖାଦ୍ୟକୁ ଗରମ କରି ଖାଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ।

କିନ୍ତୁ ସବୁ ବାସି ଖାଦ୍ୟ ଶରୀର ପାଇଁ କ୍ଷତିକାରକ ନୁହେଁ । ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ, ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ବାସି ହେଲା ପରେ ଖାଇଲେ ମଧ୍ୟ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ। ତାହା ହେଉଛି ଅଟାରେ ପ୍ରସ୍ତୁତ ରୁଟି।  ଆସନ୍ତୁ ଜାଣିବା ବାସି ରୁଟିର ଲଭଦାୟକ ଗୁଣ
୧. ବାସି ରୁଟି ଖାଇବା ଦ୍ବାରା ରକ୍ତଚ୍ଚାପ ନିୟନ୍ତ୍ରଣରେ ରହିଥାଏ। କ୍ଷୀରରେ ୧୦ ମିନିଟ୍ ବାସି ରୁଟି ଭିଜାଇ ରଖନ୍ତୁ, ପରେ ଏହାକୁ ସକାଳର ଜଳଖିଆରେ ଖାଆନ୍ତୁ। ଏଭଳି ନିୟମିତ କରିବା ଦ୍ବାରା ବହୁତ ଶୀଘ୍ର ରକ୍ତଚ୍ଚାପ ନିୟନ୍ତ୍ରିତ ହେବ ।
୨. ଶରୀରର ସ୍ବାଭାବିକ ତାପମାତ୍ରା ହେଉଛି ୩୭ ଡିଗ୍ରୀ ସେଲସିୟସ୍। ତାପମାତ୍ରା ୪୦ରୁ ଅଧିକ ହୋଇଗଲେ ଏହା ଶରୀରର ମହତ୍ତ୍ବପୂର୍ଣ୍ଣ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ। ତେଣୁ କ୍ଷୀରରେ ବାସି ରୁଟି ଖାଇବା ଦ୍ବାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ରହିଥାଏ।
୩. ଯେଉଁମାନଙ୍କର ପେଟ ସମସ୍ୟା ଥାଏ, ସେମାନଙ୍କ ପାଇଁ ବାସି ରୁଟି ଖାଇବା ଅଧିକ ଲାଭଦାୟକ ଅଟେ। ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଭିଜିଥିବା ବାସି ରୁଟି ଖାଇକି ଶୋଇଲେ କୋଷ୍ଠକାଠିନ୍ୟ ଓ ଗ୍ୟାସ ସମସ୍ୟା ଦୂର ହୋଇଥାଏ ।
୪. ଏହା ଛଡା ମଧୁମେହ ରୋଗୀଙ୍କ ପାଇଁ ବାସି ରୁଟି ଉତ୍ତମ ଅଟେ। ଦିନର କୌଣସି ସମୟରେ କ୍ଷୀରରେ ବାସି ରୁଟି ୧୦ରୁ ୧୫ ମିନିଟ୍ ଭିଜାଇ ଖାଇବା ଦ୍ବାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ।

Comments are closed.