୨୦୨୩ ବିଶ୍ବକପ୍ ପର୍ଯ୍ୟନ୍ତ କ୍ରିକେଟ୍‌ ଖେଳିବାକୁ ଟେଲର୍‌ ଇଚ୍ଛୁକ

ୱେଲିଙ୍ଗଟନ୍‌ : ୨୦୨୩ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିବାକୁ ଇଚ୍ଛାପ୍ରକଟ କରିଛନ୍ତି ନ୍ୟୁଜିଲାଣ୍ଡର ବରିଷ୍ଠ ବ୍ୟାଟସମ୍ୟାନ୍‌ ରସ୍‌ ଟେଲର। ସୂଚନାଥାଉକି ୩୬ ବର୍ଷୀୟ ଟେଲର ଚଳିତବର୍ଷ ଶେଷ ବେଳକୁ କ୍ରିକେଟ୍‌ରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍ ଆରମ୍ଭ ପୂର୍ବରୁ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଟେଲର୍‌ କହିଥିଲେ ୨୦୨୩ରେ ଖେଳାଯିବାକୁ ଥିବା ବିଶ୍ବକପ୍‌ରେ ସେ ନ୍ୟୁଜିଲାଣ୍ଡ ଦଳକୁ ପ୍ରତିନିଧିତ୍ବ କରିବାକୁ ଚାହାନ୍ତି।

Comments are closed.