ତ୍ୱଚା ପାଇଁ ଏହି ଉପାୟରେ ବ୍ୟବହାର କରନ୍ତୁ ଗୋଲାପ ଜଳ

ତ୍ୱଚାର ଧ୍ୟାନ ରଖିବା ନିତ୍ୟାନ୍ତ ଆବଶ୍ୟକ। ବହୁ ସମୟରେ ଛୋଟ ଛୋଟ ଭୁଲ ମଧ୍ୟ ମୁହଁର କ୍ଷତି କରିଥାଏ। ଗୋଲାପ ଜଳ ତ୍ୱଚା ପାଇଁ ଖୁବ ଲାଭଦାୟକ। ଏହା ମୁହଁକୁ ଉଜ୍ଜ୍ୱଳ ଓ ସୁନ୍ଦର କରିଥାଏ। ନିୟମିତ ଗୋଲାପ ଜଳ ବ୍ୟବହାର କରିବା ଦ୍ୱାରା ମୁହଁରେ ଥିବା ଅସନା ଅପରିଷ୍କାର ବାହାର କରିବା ସହ ଆଖି ତଳର କଳାଦାଗ ମଧ୍ୟ ଦୂର କରିଥାଏ। ଜାଣନ୍ତୁ କିଭଳି ବ୍ୟବହାର କରିବେ ଗୋଲାପ ଜଳ………
– ଗୋଲାପ ଜଳରେ ଅଳ୍ପ ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୧୫ ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହା ତ୍ୱଚାର ଚମକ ବୃଦ୍ଧି କରିଥାଏ।
– ଦହି, ବେସନ ଓ ଗୋଲାପ ଜଳ ମିଶାଇ ଏହାକୁ ମୁହଁରେ ଓ ବେକରେ ଲଗାନ୍ତୁ। ୧୫ ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ।
– ବରଫ ଟ୍ରେରେ ଗୋଲାପ ଜଳ ରଖି ଏହାକୁ ବରଫ ଆକୃତିର କରି ମୁହଁରେ ଲଗାନ୍ତୁ। ଏହା ବ୍ରଣ ସମସ୍ୟା ଦୂର କରିବା ସହ ଚମକ ବୃଦ୍ଧି କରିଥାଏ।
– ଗୋଲାପ ଜଳରେ ଦହି ମିଶାଇ ଲଗାଇବା ଦ୍ୱାରା ମୁହଁର ରଙ୍ଗ ଗୋରା ହେବା ସହ ବିଭିନ୍ନ ଦାଗ ଦୂର ହୋଇଥାଏ।

Comments are closed.