କୃଷି ଆନ୍ଦୋଳନକୁ ଆମେରିକାରେ ସମର୍ଥନ, ଭାଲେଣ୍ଟାଇନ ଡେ’ରେ ଆରମ୍ଭ ହେଲା ଗୋଲାପ ଅଭିଯାନ

ୱାଶିଂଟନ: ଭାରତରେ ୩ଟି ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ସମର୍ଥନ କରିଛି ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକ ସଂଗଠନ। ଏହି ସଂଗଠନ ପକ୍ଷରୁ ରବିବାର ଭାଲେଣ୍ଟାଇନ ଦିବସ ଅବସରରେ ଆମେରିକାରେ ଗୋଲାପ ଅଭିଯାନ ଆରମ୍ଭ କରାଯାଇଛି।

ଦ ଗ୍ଲୋବାଲ ଇଣ୍ଡିଆନ ପ୍ରୋଗ୍ରେସିଭ୍‌ ଡାୟାସ୍ପୋରା (ଜିଆଇପିଡି) ନାମକ ଏହି ସଂଗଠନ ଭାଲେଣ୍ଟାଇନ ଦିବସ ଅବସରରେ ସୋସିଆଲ ମିଡିଆରେ ଏହି ଅଭିଯାନ ଆରମ୍ଭ କରିଛି। ସାରା ବିଶ୍ବରେ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ ଦିବସ ଭାବେ ପାଳନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଜିଆଇପିଡି ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛି ଯେ, ପ୍ରଧାନମନ୍ତ୍ରୀ (ନରେନ୍ଦ୍ର) ମୋଦୀଙ୍କୁ ଏହି କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରିବା ଦାବି ଜଣାଇ ତାଙ୍କୁ ଟ୍ବିଟ୍‌ କରନ୍ତୁ ଏବଂ ଗୋଲାପ ପଠାନ୍ତୁ ଅଥବା ନିଜ ନିଜ ଅଞ୍ଚଳରେ ଭାରତୀୟ ଦୂତାବାସ, ଭାରତୀୟ ମହାବାଣିଜ୍ୟ ଦୂତାବାସକୁ କୃଷକମାନଙ୍କ ସହିତ ଥିବା ଦର୍ଶାଇବା ଲାଗି ଗୋଲାପ ଫୁଲ ପଠାନ୍ତୁ। ଏହାକୁ ଏକ ଅଭିଯାନର ରୂପ ଦେବା ଲାଗି ସଂଗଠନ ପକ୍ଷରୁ ଆହ୍ବାନ କରାଯାଇଛି।

Comments are closed.