ହିତକାରୀ ଗୋଲାପର ମହକ

= ଜର୍ମାନୀର ଫ୍ରି-ବର୍ଗ ବିଶ୍ବବିଦ୍ୟାଳୟର ଗବେଷକ ଅନୁସନ୍ଧାନ କରି ପ୍ରମାଣିତ କରିଛନ୍ତି ଯେ ବିଭିନ୍ନ ପ୍ରକାର ସୁଗନ୍ଧର ଉତ୍ତମ ପ୍ରଭାବ ଆମ ସ୍ବାସ୍ଥ୍ୟ ଉପରେ ପଡ଼େ। ବାଲକୋନିରେ ଯଦି ଗୋଲାପ ଗଛ ଅଛି, ତେବେ ଏହି ଫୁଲର ବାସ୍ନା ଶରୀର ପାଇଁ ହିତକାରୀ ବ୍ୟବସ୍ଥା ହୋଇଥାଏ। ଗବେଷଣାରୁ ସ୍ପଷ୍ଟ ହୋଇଛି, ଶୟନକକ୍ଷରେ ଯଦି ଗୋଲାପ ଫୁଲତୋଡ଼ା ରଖୁଛନ୍ତି, ଏହାର ବାସ୍ନାରେ ରାତିବେଳା ଭଲ ନିଦ ହେଉଥିବାର ପ୍ରକାଶ। ଏପରିକି ଘରେ ଯଦି ଗୋଲାପ ବାସ୍ନାର ଅତର ବ୍ୟବହାର କରାଯାଏ କିମ୍ବା ଗୋଲାପ ଅଗରବତି ଲଗାଯାଏ, ତାହା ପିଲାଙ୍କ ପାଠପଢ଼ା ପାଇଁ ଖୁବ୍ ଉତ୍ତମ। ୫୪ଜଣ ବିଦ୍ୟାର୍ଥୀଙ୍କୁ ସାମିଲ କରି ଏକ ଅନୁଧ୍ୟାନ କରାଯାଇଥିଲା। ସେମାନଙ୍କ ପାଖରେ ନିୟମିତ ଗୋଲାପ ବାସ୍ନାର ଅଗରବତି ଲଗାଯାଇଥିଲା, ଅନ୍ୟ ଛାତ୍ରଛାତ୍ରୀଙ୍କ ତୁଳନାରେ ଏମାନେ ପାଠପଢ଼ାରେ ଉତ୍ତମ ପ୍ରଦର୍ଶନ କରିଥିଲେ।

Comments are closed.