ହିନ୍ଦୁଙ୍କ ପାଇଁ ଗଠନ ହୋଇଥିଲା ପଶ୍ଚିମବଙ୍ଗ: ରୁପା ଗାଙ୍ଗୁଲି

0

କଲକାତା : ବିଜେପିର ରାଜ୍ୟସଭା ସାଂସଦ ଏବଂ ପଶ୍ଚିମବଙ୍ଗ ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ରପା ଗାଙ୍ଗୁଲିଙ୍କ ଏକ ଟିପଣୀକୁ ନେଇ ବିବାଦ ଆରମ୍ଭ ହୋଇଛି। ବୁଧବାର ସେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଥିଲେ ଯେ ଭାରତ ବିଭାଜନ ସମୟରେ ପୂର୍ବ ପାକିସ୍ତାନ (ବାଂଲାଦେଶ)ର ଗଠନ ମୁସଲମାନଙ୍କ ପାଇଁ ହୋଇଥିଲା। ହିନ୍ଦୁଙ୍କ ପାଇଁ ପଶ୍ଚିମବଙ୍ଗର ଗଠନ ହୋଇଥିଲା। ଏହି କ୍ରମରେ ବାଂଲାଦେଶରୁ ଫେରୁଥିବା ହିନ୍ଦୁଙ୍କ ପାଇଁ ପଶ୍ଚିମବଙ୍ଗ ବୈଧ ଆଶ୍ରୟସ୍ଥଳ ହୋଇଥିଲା। ପ୍ରସ୍ତାବିତ ନାଗରିକ ସଂଶୋଧନ ବିଧେୟକ ଉପରେ ଆଲୋଚନା ବେଳେ ସେ ଏହି କଥା କହିଛନ୍ତି। ଏହାସହ ସେ କହିଥିଲେ ଯେ ଭାରତରେ ଜନ୍ମଗ୍ରହଣ କରିଥିବା କିମ୍ବା ପିଲା ଦିନୁ ରହିଥିବା ମୁସଲମାନଙ୍କୁ ଜାତୀୟ ନାଗରିକ ପଞ୍ଜିକରଣ (ଏନ୍‍ଆରସି) ପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ତେବେ ତାଙ୍କର ଏଭଳି ମନ୍ତବ୍ୟକୁ ଟିଏମ୍‍ସି ଏବଂ କଂଗ୍ରେସ ନେତାମାନେ ବିରୋଧ କରିଛନ୍ତି।

Leave A Reply