ଜୁଭେଣ୍ଟସକୁ ଚମ୍ପିଆନ୍‍ସ ଲିଗ୍‍ ବିଜୟୀ କରାଇବା ମୁଖ୍ୟ ଲକ୍ଷ୍ୟ: ରୋନାଲ୍‍ଡୋ

0

ଟୁରିନ୍‍ (ଇଟାଲୀ): ଇଟାଲୀର ପ୍ରଖ୍ୟାତ ଫୁଟବଲ୍‍ କ୍ଲବରେ ଯୋଗ ଦେଇଛନ୍ତି ପର୍ତ୍ତୁଗାଲ୍‍ର ତାରକା ଫରୱାର୍ଡ କ୍ରିଷ୍ଟିଆନୋ ରୋନାଲ୍‍ଡୋ। ପୂର୍ବରୁ ସ୍ପେନର ରିଅଲ୍‍ ମାଦ୍ରିଦ୍‍ ତରଫରୁ କ୍ଲବ ଫୁଟବଲ ଖେଳୁଥିବା ରୋନାଲ୍‍ଡୋଙ୍କୁ ସ୍ୱାଗତ କରିବାକୁ ଜୁଭେଣ୍ଟସ୍‍ କ୍ଲବ ତରଫରୁ ଭବ୍ୟ ଆୟୋଜନ କରାଯାଇଥିଲା। ସୂଚନାଥାଉକି ୪ ବର୍ଷ ପାଇଁ ଜୁଭେଣ୍ଟସ୍‍ ତରଫରୁ ଖେଳିବାକୁ ରୋନାଲ୍‍ଡୋ ୧୦୦ ନିୟୁତ ୟୁରୋ ପାରିଶ୍ରମିକ ପାଇବେ।
ଜୁଭେଣ୍ଟସ୍‍ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ରୋନାଲ୍‍ଡୋ କହିଥିଲେ ରିଅଲ ମାଦ୍ରିଦ୍‍ ଛାଡ଼ି ଜୁଭେଣ୍ଟସ୍‍ରେ ଯୋଗ ଦେବା ନିଷ୍ପତ୍ତି ସେ ବହୁତ ଚିନ୍ତା କରି ନେଇଛନ୍ତି। ଦୀର୍ଘ ୨ ଦଶନ୍ଧି ପରେ ଜୁଭେଣ୍ଟସ୍‍ ଦଳକୁ ଚମ୍ପିଆନ୍‍ସ ଲିଗ୍‍ ବିଜୟୀ କରାଇବା ତାଙ୍କର ପ୍ରାଥମିକତା। ରିଅଲ ମାଦ୍ରିଦ୍‍ ଦଳକୁ ସେ ବହୁ ୟୁରୋପିଆନ୍‍ କପ୍‍ ବିଜୟୀ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସେହି ଦଳରେ ଅଧିକ ବର୍ଷ ନ କରି ନୂଆ ଦଳକୁ ଯିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନାଥାଉକି ଗତ ୯ ବର୍ଷ ମଧ୍ୟରେ ରୋନାଲ୍‍ଡୋ ରିଅଲ୍‍ ମାଦ୍ରିଦ୍‍ ତରଫରୁ ଖେଳି ମୋଟ୍‍ ୪୫୧ଟି ଗୋଲ୍‍ ସ୍କୋର କରିଥିଲେ। ସେ ଏହି ଦଳକୁ ଦୁଇଥର ଲା ଲିଗା ଟାଇଟଲ୍‍ ଓ ୪ଥର ଚମ୍ପିଆନ୍‍ସ ଲିଗ୍‍ ଟ୍ରଫି ଜିତାଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ରୋନାଲ୍‍ଡୋ ଆହୁରି କହିଥିଲେ ସେ ଆହୁରି କିଛିବର୍ଷ ଫୁଟବଲ ଖେଳିବାକୁ ସକ୍ଷମ। ନିଜ କ୍ୟାରିୟରେ ସେ ସର୍ବଦା ଆହ୍ୱାନକୁ ସ୍ୱୀକାର କରିଥାନ୍ତି। ପୂର୍ବରୁ ଇଂଲଣ୍ଡର ମାଞ୍ଚେଷ୍ଟର ୟୁନାଇଟେଡ଼, ସ୍ପେନର ରିଅଲ ମାଦ୍ରିଦ୍‍ ତରଫରୁ ଖେଳି ସାରିଛନ୍ତି। ବର୍ତ୍ତମାନ ସେ ଇଟାଲୀର ଜୁଭେଣ୍ଟସରେ ଯୋଗ ଦେଇଛନ୍ତି। ଏହି କ୍ଲବକୁ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍‍ କରାଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ଜୁଭେଣ୍ଟସ୍‍ ଇଟାଲୀର ସବୁଠାରୁ ଶ୍ରେଷ୍ଠ ଦଳ ହୋଇଥିବାରୁ ଏହି ଦଳରେ ଯୋଗ ଦେଇ ସେ ବେଶ୍‍ ଖୁସି ଅଛନ୍ତି।

Leave A Reply