କରୋନା ସଂକ୍ରମଣ ରୋକିବା ଦିଗରେ ଆୟୁଷ ଚିକିତ୍ସକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି – ପ୍ରଧାନମନ୍ତ୍ରୀ

ସମାଜ ପୋର୍ଟାଲ ଡେସ୍କ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀକୁ ଅନୁସରଣ କରି ଆୟୁଷ ଚିକିତ୍ସକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଆୟୁଷ ଚିକିତ୍ସକଙ୍କ ସହ କରୋନାର ସଫଳ ମୁକାବିଲା ଲାଗି ଆଲୋଚନା କରିବା ସମୟରେ ସେ ଏହା କହିଛନ୍ତି। ସେ କହିଛନ୍ତି ଦେଶକୁ ସୁସ୍ଥ ରଖିବାରେ ଆୟୁଷର ଏକ ସୁଦୀର୍ଘ ପରମ୍ପରା ରହିଛି। ଏହି ଅବସରରେ ଟେଲି ମେଡ଼ିସିନ୍‍ ପ୍ରଚାର ପ୍ରସାରକୁ ଆଧାର କରି ଜନସଚେଚନତା ସୃଷ୍ଟି କରାଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଆଜିକାଲି ବହୁଳଭାବେ ଆବଶ୍ୟକ ହେଉଥିବା ସାନିଟାଇଜର ମଧ୍ୟ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେହିଭଳି ମହାମାରୀକୁ ରୋକିବା ଲାଗି ସାମାଜିକ ଦୂରତ୍ୱ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବା ଲାଗି ମୋଦୀ ଆହ୍ୱାନ ଦେଇଛନ୍ତି।

Comments
Loading...