ଅନ୍ତିମ ମ୍ୟାଚ୍ ଖେଳିବେ ନାହିଁ ରୋହିତ ଶର୍ମା

0

ମୁମ୍ବଇ: ଜାନୁଆରୀ ୮ରେ ସିଜନୀରେ ହେବାକୁ ଥିବା ୪ର୍ଥ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ୍ ପୂର୍ବରୁ ଭାରତ ଦଳ ପାଇଁ ଏକ ଖରାପ ଖବର ରହିଛି । ପୂର୍ବ ମ୍ୟାଚରେ ଚତ୍ମକାର ଭାବେ ଅର୍ଦ୍ଧଶତକ ହାସଲ କରିଥିବା ରୋହିତ ଶର୍ମା ସିରିଜର ଅନ୍ତିମ ମ୍ୟାଚ୍ ଖେଳିବେ ନାହିଁ ବୋଲି ସୂଚନା ମିଳିଛି । ରବିବାର ରୋହିତଙ୍କ ପତ୍ନୀ ଋତିକା ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ନିଜର ପ୍ରଥମ ସନ୍ତାନର ଜନ୍ମ ପରେ ରୋହିତ ଶର୍ମା ଭାରତ ଫେରି ଆସିଛନ୍ତି । ନବଜାତ ଶିଶୁକନ୍ୟା ଓ ତାଙ୍କ ପତ୍ନୀଙ୍କ ରୋହିତ ରହିବାକୁ ଚାହୁଁଛନ୍ତି । ତେଣୁ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୪ର୍ଥ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ୍ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ରବିବାର ମେଲବର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ସମାପ୍ତ ହୋଇଥିବା ୩ୟ ଟେଷ୍ଟମ୍ୟାଚ୍‌ରେ ଭାରତ ୧୩୭ ରନ୍‌ରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ରୋହିତ ଶର୍ମା ଅର୍ଦ୍ଧଶତକ ( ଅପରାତଜିତ ୬୩ ରନ)ହାସଲ କରିଥିଲେ । ଏହି ବିଜୟ ଫଳରେ ଚଳିତ ସିରିଜ୍‌ରେ ଭାରତ ଅପରାଜେୟ ୨-୧ ଲିଡ୍ ନେଇଛି।

Leave A Reply